ମନୋରଞ୍ଜନ ରାଜ୍ୟ

ବହୁ ପ୍ରତୀକ୍ଷିତ ବ୍ୟୟବହୁଳ ଓଡ଼ିଆ ଚଳଚ୍ଚିତ୍ର ‘ବିଶ୍ୱନାଥ’ରେ ମିହିର, ସଲିଲ୍

ରାଇମୋହନ, ପୃଥ୍ବୀରାଜ, ଚୌଧୁରୀ ବିକାଶ ଦାସଙ୍କ ସହ ସ୍ବର୍ଗତ ମିହିର ଦାସ ଏକାଠି ଦେଖିବାକୁ ମିଳିବେ ଏଇ ଚଳଚ୍ଚିତ୍ରରେ। ପୁଣି ସ୍ବର୍ଗତ ସଲିଲ୍ ମିତ୍ରଙ୍କ ସହ ଅଭିନେତ୍ରୀ ପ୍ରତିଭା ପଣ୍ଡା, ମନୀଷା ମିଶ୍ର, ନୂପୁର ଘୋଷ, ପିଣ୍ଟୁ ନନ୍ଦ, ଭବାନୀ, ବିଶ୍ବ, ପବନ ଏବଂ ଚଳଚ୍ଚିତ୍ରରେ ଥିବା ଆଇଟମ୍ ଗୀତଦୃଶ୍ୟରେ ନାୟିକା ଅଛନ୍ତି ଅନନ୍ୟା। ବହୁ ପ୍ରତୀକ୍ଷିତ ବ୍ୟୟବହୁଳ ଓଡ଼ିଆ ଚଳଚ୍ଚିତ୍ର ‘ବିଶ୍ବନାଥ’ ଅନେକ ଦିନରୁ ନିର୍ମାଣ ହେଇଆସୁଥିଲେ ମଧ୍ୟ ଅଦ୍ୟାବଧି ଏହା ମୁକ୍ତିଲାଭ କରିପାରି ନ ଥିଲା। ମହୁରତ ଓ ସୁଟିଂଫ୍ଲୋର୍‌ରେ ଥିବାବେଳେ ଚର୍ଚ୍ଚାରେ ଥିବା ଏଇ ଚଳଚ୍ଚିତ୍ରର ଟ୍ରେଲର୍ ଏବେ ରିଲିଜ୍ କରିଛି। ଏଥିରେ ନାୟକ ଭାବେ ସମ୍ବିତ ଓ ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ସମ୍ଭାବନା।

ଏ ଦୁହିଁଙ୍କ ସହ ‘ବିଶ୍ବନାଥ’ ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମ ଥର ପାଇଁ ବଡ଼ ପରଦାକୁ ଆସୁଛନ୍ତି ଅଭିନେତ୍ରୀ ସଙ୍ଗୀତା। ଏଚ୍‌ଏମ୍‌ଟି ନିବେଦିତ ଏବଂ ଶଙ୍କର ଗୌଡ଼ଙ୍କ ପ୍ରଯୋଜିତ ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ତେଲୁଗୁ ସିନେ ଇଣ୍ଡଷ୍ଟ୍ରିର ପରିଚିତ ନିର୍ଦ୍ଦେଶକ ବବ୍‌ଲି କିରଣ। ଏଥିରେ ସଂଳାପ ରଚନା କରିଛନ୍ତି ରଜନୀ ରଂଜନ। ନିକଟରେ ଚଳଚ୍ଚିତ୍ର ସହ ଜଡ଼ିତ ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତା, ଅଭିନେତ୍ରୀ ଏକାଠି ହେଇ ଏକ ରଙ୍ଗାରଙ୍ଗ ପରିବେଶରେ ଏହାର ଟ୍ରେଲର୍‌ ଲୋକାର୍ପଣ କରିଛନ୍ତି। ଚଳଚ୍ଚିତ୍ରଟି ଖୁବଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଏହାର କ୍ରିଏଟିଭ୍ ହେଡ୍ ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ