ଦେଶ ବିଦେଶ ସ୍ୱାସ୍ଥ୍ୟ

୯୦ ଲକ୍ଷ ଟପିଲା ଭାରତରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୧୩୨, ୧୬୨

ନୂଆଦିଲ୍ଲୀ: ଶୁକ୍ରବାର ସକାଳ ୮ଟା ସୁଦ୍ଧା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଭାରତରେ କୋଭିଡ୍‌-୧୯ ସଂକ୍ରମଣ ୯୦ ଲକ୍ଷ ଟପିଯାଇଥିବା ବେଳେ ମୃତ୍ୟୁସଂଖ୍ୟା ୧୩୨, ୧୬୨ରେ ପହଞ୍ଚିଛି। ଏବେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୯୦, ୦୪, ୩୬୫। ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୫,୫୨୨ ନୂଆ ସଂକ୍ରମଣ ରେକର୍ଡ କରାଯାଇଛି। ସେହିଭଳି ୨୪ ଘଣ୍ଟା ମଧ୍ୟରେ ୫୮୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଏହାଛଡ଼ା, ଗୁରୁବାର ସକାଳରୁ ଶୁକ୍ରବାର ସକାଳ ମଧ୍ୟରେ ୪୪,୮୦୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ, ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୪୩, ୭୯୪।

ଶୁକ୍ରବାର ଦିନ ସୁସ୍ଥତା ହାର ୯୩.୬୦%କୁ ବୃଦ୍ଧି ପାଇଛି। ଏବେ ସୁଦ୍ଧା ଦେଶରେ ସମୁଦାୟ ସୁସ୍ଥତାସଂଖ୍ୟା ୮, ୪୨୮, ୪୦୯ରେ ପହଞ୍ଚିଛି। ସୁସ୍ଥତା ଏବଂ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରେ ବ୍ୟବଧାନ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି ଏବଂ ଏବେ ବ୍ୟବଧାନ ସଂଖ୍ୟା ହେଉଛି ୭, ୯୮୪,୬୧୫।
ଗୁରୁବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଥିଲା ଯେ, ଗତ ୪୭ ଦିନ ହେବ ନିରବଚ୍ଛିନ୍ନ ଭାବେ ସୁସ୍ଥତାସଂଖ୍ୟା ଦୈନିକ ନୂତନ ସଂକ୍ରମଣ ସଂଖ୍ୟାକୁ ଅତିକ୍ରମ କରି ଚାଲିଛି। ଫଳରେ ଭାରତରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫% ତଳକୁ ଖସିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ