କଳା ଓ ସଂସ୍କୃତି ରାଜ୍ୟ

ମହାଶିବରାତ୍ରୀରେ ଗର୍ଭଗୃହ ଦର୍ଶନ ମନା

ଭୁବନେଶ୍ବର: ମହାଶିବରାତ୍ରୀରେ ଗର୍ଭଗୃହକୁ ଦର୍ଶନ ମନା। କୌଣସି ଭକ୍ତ ଗର୍ଭଗୃହକୁ ଯାଇ ଦର୍ଶନ କରିପାରିବେ ନାହିଁ କିମ୍ବା ସାହାଣମେଲା ଦର୍ଶନ ମଧ୍ୟ ହେବ ନାହିଁ। ସିଂହଦ୍ବାରରୁ କେବଳ ଆଡ଼କାଠ ପର୍ଯ୍ୟନ୍ତ ଯିବାକୁ ଭକ୍ତଙ୍କୁ ଅନୁମତି ମିଳିବ। ଏହି ଦିନ ଆଡ଼କାଠ ନିକଟରେ ଭକ୍ତଙ୍କ ପାଇଁ ପୂଜା ଦେବା କିମ୍ବା ଭୋଗ କରିବା ଭଳି ସୁଯୋଗ ମିଳିବ ନାହିଁ। ମେଳା, ମେଲୋଡି ଭଳି ଗହଳି ହେଉଥିବା କାର୍ଯ୍ୟକ୍ରମ ଆୟୋଜନକୁ ଅନୁମତି ମିଳିବ ନାହିଁ। ବିଏମ୍‌ସି ପକ୍ଷରୁ ଏକ ବିଜ୍ଞପ୍ତିରେ ଆଜି ଏନେଇ ସ୍ପଷ୍ଟ କରାଯାଇଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି, କୋଭିଡ୍‌ ନିର୍ଦ୍ଦେଶାବଳୀ ପାଳନ ପୂର୍ବକ ସେବାୟତମାନେ ନୀତି ସଂପନ୍ନ କରିବ‌େ।

ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବେ। ହାତକୁ ସାନିଟାଇଜ୍‌ କରିବେ। ମନ୍ଦିର ପରିସରରେ କର୍ତ୍ତୃପକ୍ଷ ସାନିଟାଇଜର୍‌ର ବ୍ୟବସ୍ଥା କରିବେ। ଭକ୍ତମାନେ ମଧ୍ୟ କୋଭିଡ୍‌ ନିର୍ଦ୍ଦେଶାବଳୀ ପାଳନ କରିବେ, ମାସ୍କ ପିନ୍ଧିବା ସହ ୬ ଫୁଟ୍‌ ସାମାଜିକ ଦୂରତା ରକ୍ଷା କରିବେ। କର୍ତ୍ତୃପକ୍ଷ ଏହାକୁ ସୁନିଶ୍ଚିତ କରାଇବେ। ସେହିପରି ଭକ୍ତଙ୍କୁ ଏକ ସମୟରେ ପ୍ରବେଶ ସୁଯୋଗ ଦିଆଯିବ। ୧୨ବର୍ଷ ବୟସରୁ କମ୍‌ ବୟସର ଶିଶୁ, ଗର୍ଭବତୀ ଓ କରୋନା ପ୍ରତି ସମ୍ବେଦନଶୀଳ ବୟସ୍କମାନେ ପ୍ରବେଶ ନ କରିବା ଉଚିତ୍‌। ମନ୍ଦିର ଭିତରେ ଓ ବାହାରେ ପାନପିକ ପକାଇବା ଉପରେ ବାରଣ କରାଯାଇଛି। ଏଥିରେ ବ୍ୟତିକ୍ରମ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ବିଜ୍ଞପ୍ତିରେ ସ୍ପଷ୍ଟ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,