ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦେଶର ସ୍ଥିତି ଦେଖି ଭାବପ୍ରବଣ ହେଲେ ୟୁକ୍ରେନ ଫୁଟବଲର ରୁସଲାନ୍, ଯୁଦ୍ଧ ଟାଳିବାକୁ ହାତ ଯୋଡି କଲେ ଅନୁରୋଧ

ନୂଆଦିଲ୍ଳୀ ୨୬।୦୨ : ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ଘମାଘୋଟ୍ ଲଢ଼େଇ ଜାରି ରହିଛି। ରୁଷ୍-ୟୁକ୍ରେନ୍ ମଧ୍ୟ ଚାଲିଥିବା ଆକ୍ରମଣକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଉଛି। ଏଭଳି ଏହି ପରିସ୍ଥିତିକୁ ଦେଖି ହଲିଉଡ୍‌ ବଲିଉଡ୍‌ ଜଗତରେ ସମସ୍ତେ ସୋସିଆଲ୍‌ ମିଡିଆରେ ଫଟୋ ସେୟାର କରି ବନ୍ଦ କରିବାକୁ ଅନୁରୋଧ କରୁଛନ୍ତି । ହେଲେ ବର୍ତ୍ତମାନ କ୍ରୀଡ଼ା ଜଗତର ଲୋକପ୍ରିୟ ଖେଳାଳି ମଧ୍ୟ ଏହି ଯୁଦ୍ଧକୁ ଶେଷ କରିବାକୁ ଅପିଲ୍ କରୁଛନ୍ତି। ୟୁରୋପା ଲିଗରେ ଖେଳୁଥିବା ୟୁକ୍ରେନ୍ ଫୁଟବଲର୍ ନିଆରା ଢଙ୍ଗରେ ଯୁଦ୍ଧ ରୋକିବାକୁ ଅନୁରୋଧ କରିଛନ୍ତି।

ଇଟାଲୀୟ ଫୁଟବଲ୍ ଟିମ୍ ଆଟଲାଣ୍ଟା ବିସି ପକ୍ଷରୁ ଖେଳୁଥିବା ୟୁକ୍ରେନିର ମିଡଫିଲ୍ଡର ରୁସଲାନ୍ ମାଲିନୋଭସ୍କି ଅଲିମ୍ପିୟାକୋସ ବିପକ୍ଷରେ ଗୋଲ୍ କରିବା ପରେ ନିଜ ଟି-ଶାର୍ଟ ଉପରକୁ ଟେକି ଦେଇଥିଲେ, ଯେଉଁଥିରେ ଲେଖା ଯାଇଥିଲା, ୟୁକ୍ରେନରେ ଯୁଦ୍ଧ କରନ୍ତୁ ନାହିଁ। ବର୍ତ୍ତମାନ ସୋଶାଲ ମିଡିଆରେ ଏହି ଫଟୋ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ସେହିପରି ମାଞ୍ଚେଷ୍ଟର୍ ସିଟି ପକ୍ଷରୁ ଖେଳୁଥିବା ୟୁକ୍ରେନ୍ ଡିଫେଣ୍ଡର୍ ଓଲେକଜାଣ୍ଡର୍ ଜିନଚେଙ୍କୋ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଏକ ପୋଷ୍ଟ କରି ଲେଖିଥିଲେ, ମୁଁ ଆଶା କରୁଛି ଯେ ଆପଣ ସବୁଠାରୁ କଷ୍ଟଦାୟକ ମୃତ୍ୟୁ ପାଇବେ। ତେବେ ପରେ ଏହି ପୋଷ୍ଟକୁ ହଟାଇ ଦିଆଯାଇଥିଲା।

ୟୁରୋପା ଲିଗର ଦ୍ୱିତୀୟ ଲେଗର ଏହି ମୁକାବିଲାରେ ମାଲିନୋଭସ୍କି ଗ୍ରୀସ୍ କ୍ଲବ୍ ଅଲମ୍ପିଆକୋସ୍ ବିପକ୍ଷରେ ଦୁଇଟି ଗୋଲ୍‌ ଦେଇଥିଲେ। ସେହିପରି ଡେନମାର୍କର ପୁଲ-ବ୍ୟାକ୍ ଜୋକିମ୍ ମାହେଲେ ଗୋଟିଏ ଗୋଲ୍ ଦେଇଥିଲେ। ଏଥିସହ ଆଟଲାଣ୍ଟା ବିସି ମୁକାବିଲାକୁ ୩-୦ରେ ଜିତି ରାଉଣ୍ଡ-୧୬ ପାଇଁ କ୍ୱାଲିଫାଏ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ