ଦେଶ ବିଦେଶ ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେଲେ ଚୁଲ୍‌ବୁଲି ରାଗିଣୀ, ବିକ୍ରମଙ୍କ ସହ ପଡିଲା ହାତ ଗଣ୍ଠି

ଭୁବନେଶ୍ୱର ୨୬।୦୨ : ହାତରୁ ଦି’ ହାତ ହେଲେ ଓଲିଉଡ ଅଭିନେତ୍ରୀ ରାଗିଣୀ ରିୟା ସୂତ୍ରଧର । ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାଗିଣୀ । ସହଦେବ ଓ ଅଞ୍ଜଳି ସୂତ୍ରଧରଙ୍କ ସୁକନ୍ୟା ରାଗିଣୀ ଶିବଶଙ୍କର ସିଂ ଓ ଜଳେଶ୍ୱରୀ ଦେବୀଙ୍କ ସୁପୁତ୍ର ବିକ୍ରମଙ୍କୁ ବିଧି ଅନୁଯାୟୀ ଗୋଆରେ ବିବାହ କରିଛନ୍ତି । ଉଭୟ ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଗୋଆ ମେଫେୟାର ହାଇଡ୍‌ୱେ ସ୍ପା ରିସୋର୍ଟରେ ବିବାହ ସମ୍ପନ୍ନ ହୋଇଛି ।

ବିବାହ ପୂର୍ବରୁ ଗତକାଲି ସନ୍ଧ୍ୟାରେ ଗୋଆରେ ହୋଇଥିଲା ସଙ୍ଗୀତ, କକ୍‌ଟେଲ୍‌ ଏବଂ ପ୍ରିୱେଡିଂ ସେଲିବ୍ରେସନ୍‌ । ଏଥିରେ ବହୁ ଅଭିନେତା ଓ ଅଭିନେତ୍ରୀ ଯୋଗଦେଇ ଧୂମ୍‌ ମଚାଇଥିଲେ । ରାଗିଣୀ ଧଳା ରଙ୍ଗର ଲେହେଙ୍ଗାରେ ଗର୍ଜିୟସ୍‌ ଲାଗୁଥିଲେ । ଆଉ ବିକ୍ରମ ନୀଳ ରଙ୍ଗର ସେରୱାନୀ ପରିଧାନ କରି ହ୍ୟାଣ୍ଡସମ୍‌ ଲାଗୁଥିଲେ । ଏହି ମୁହୂର୍ତ୍ତର ଦୁଇଟି ଫଟୋକୁ ରାଗିଣୀ ନିଜ ଇନ୍‌ଷ୍ଟାରେ ଶେୟାର କରିଥିଲେ । ଆଉ ସେହି ଫଟୋରେ ଲେଖିଥିଲେ, ‘ଜୀବନର ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଥିବାରୁ ସମସ୍ତଙ୍କ ସ୍ନେହ ଓ ଆଶୀର୍ବାଦ ଲୋଡ଼ୁଛି’ ।

କୋଲାକାତାର ପାଣି ପବନରେ ବଢ଼ି ମୁମ୍ବାଇରେ ରହୁଥିବା ଏହି ବଙ୍ଗୀୟ ନାୟିକା ସିନେମା ‘ଗଡ଼ବଡ଼’ ମାଧ୍ୟମରେ ଓଲିଉଡରେ ପ୍ରବେଶ କରିଥିଲେ । ପରେ ‘ମୁଁ ଏକା ତୁମର’, ‘ତମେ ଥିଲେ ସାଥୀରେ’, ‘ହରି ଓମ୍‌ ହରି’, ‘ପ୍ରେମୀ’, ‘ଦେଖା ହେଲା ପ୍ରେମ ହେଲା’ ଓ ‘ଲାଗେ ପ୍ରେମ ନଜର’ରେ ଅଭିନୟ କରିଛନ୍ତି । ଏଥିସହିତ ବଙ୍ଗଳାରେ ‘ମିତାଲି ଗେଷ୍ଟ ହାଉସ୍‌’, ‘ଏକ ଟୁକୁ ଚୋୟା ଲଗେ’, ‘ସ୍ୱର୍ଣ୍ଣ ମୁଦ୍ରା’, ତେଲୁଗୁରେ ‘କ୍ୟୁମ୍‌ ଭାଇ’, ‘୧୦୦ ରୂପେୟା ନୋଟ୍‌’ରେ ଅଭିନୟ କରିଛନ୍ତି । ସେଠ୍‌ ଆନନ୍ଦମ ଜୟପୁରିଆ କଲେଜ, କୋଲକାତାରେ ଗଣଯୋଗାଯୋଗରେ ସ୍ନାତକ ପାସ୍‌ କରିବା ପରେ ମଡେଲିଂରେ ପାଦ ରଖିଥିଲେ । ସେଥିରେ ସଫଳତା ହାସଲ କରିଥିଲେ । ଟି-୨ ଟେଲିଗ୍ରାଫ୍‌ ବିୟୁଟି ପାଜେଣ୍ଟ-୨୦୧୧ରେ ଇଷ୍ଟର୍ଣ୍ଣ ଇଣ୍ଡିଆରେ ପ୍ରଥମ ରନର୍ସଅପ୍‌ ହୋଇଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ