ଖେଳ ଦେଶ ବିଦେଶ

ମାର୍ଚ ୨୬ରୁ ଆଇପିଏଲ୍‌: ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳିବାକୁ ଫ୍ରାଞ୍ଚାଇଜ୍‌ଙ୍କ ବିରୋଧ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପଞ୍ଚଦଶ ସଂସ୍କରଣ ମାର୍ଚ ୨୬ରୁ ଆରମ୍ଭ ହେବ। ଗୁରୁବାର ସଂଧ୍ୟାରେ ଭର୍ଚୁଆଲ୍‌ରେ ଆୟୋଜିତ ଆଇପିଏଲ୍‌ ପରିଚାଳନା ପରିଷଦ (ଜିସି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ମଧ୍ୟ ମୁମ୍ବାଇରେ ୫୫ ଏବଂ ପୁଣେରେ ୧୫ ମ୍ୟାଚ୍‌ ଖେଳାଯିବା ଉପରେ ମୋହର ବାଜିଥିଲା। ମୁମ୍ବାଇସ୍ଥିତ ୱାଙ୍ଖଡେରେ ୨୦, ବ୍ରାବର୍ଣ୍ଣରେ ୧୫ ଓ ଡିୱାଇ ପାଟିଲ ଷ୍ଟାଡିୟମରେ ୨୦ ଏବଂ ପୁଣେସ୍ଥିତ ଏମ୍‌ସିଏ ଷ୍ଟାଡିୟମରେ ୧୫ ମ୍ୟାଚ୍‌ ଖେଳାଯିବ। ଖୁବ୍‌ ଶୀଘ୍ର ପୂର୍ଣ୍ଣାଙ୍ଗ ସୂଚୀ ପ୍ରକାଶ କରାଯିବ। ମହାରାଷ୍ଟ୍ର ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ଷ୍ଟାଡିୟମ କ୍ଷମତା ଅନୁଯାୟୀ ୫୦ କି ୨୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯିବ ତାହା ‌ପରେ ନିଷ୍ପତ୍ତି ନିଆଯିବ ବୋଲି ଆଇପିଏଲ୍‌ ଅଧ୍ୟକ୍ଷ ବ୍ରିଜେଶ ପଟେଲ ବୈଠକ ପରେ ସୂଚନା ଦେଇଛନ୍ତି।

ଆସନ୍ତା ମାସ ଶେଷ ସପ୍ତାହରେ ମହାରାଷ୍ଟ୍ରରେ ଆଇପିଏଲ୍‌ ଆୟୋଜନ ଲାଗି ବିସିସିଆଇ ପ୍ରସ୍ତୁତ ହେଉଛି। ବୁଧବାର ସ୍ଥାନ ଘୋଷଣା ମଧ୍ୟ କରି ସାରିଛି। ମ୍ୟାଚ୍‌ଗୁଡ଼ିକ ମୁମ୍ବାଇର ୱାଙ୍ଖଡେ, ବ୍ରାବୋର୍ଣ୍ଣ, ଡିୱାଇ ପାଟିଲ ଏବଂ ପୁଣେର ଗହୁଞ୍ଜେ ଷ୍ଟାଡିୟମରେ ଆୟୋଜନ କରିବାର ଯୋଜନା କରିଛି। ମ୍ୟାଚ୍‌ ସୂଚୀ ପ୍ରସ୍ତୁତ ମଧ୍ୟ ଶେ‌ଷ ପର୍ଯ୍ୟାୟରେ ପହଞ୍ଚିଛି। ‌ମୁମ୍ବାଇ ଇଣ୍ଡିଆନ୍ସ ପ୍ରାୟ ସମସ୍ତ ମ୍ୟାଚ୍‌ ତା’ଘରୋଇ ପଡ଼ିଆ ୱାଙ୍ଖଡେ ଷ୍ଟାଡିୟମରେ ଖେଳିବାର ସମ୍ଭାବନା ରହିଛି। ଏହାକୁ ନେଇ ଅନ୍ୟ ଫ୍ରାଞ୍ଚାଇଜ୍‌ଗୁଡ଼ିକ ବି‌ରୋଧ କରିଛନ୍ତି। ସୂଚୀରେ ପରିବର୍ତ୍ତନ ଲାଗି ବିସିସିଆଇ ଉପରେ ଚାପ ମଧ୍ୟ ପକାଯାଉଛି ବୋଲି ଫ୍ରାଞ୍ଚାଇଜ୍‌ ସୂତ୍ରରୁ ସୂଚନା ମିଳୁଛି। କୌଣସି ଦଳକୁ ନିଜ ଘରୋଇ ପଡ଼ିଆରେ ଖେଳିବାକୁ ସୁଯୋଗ ଦିଆଯିବନି ବୋଲି ବିସିସିଆଇ ଫ୍ରାଞ୍ଚାଇଜ୍‌ଗୁଡ଼ିକୁ ଅଶ୍ବାସନା ଦେଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ