ଖେଳ ଦେଶ ବିଦେଶ

ପୁଷ୍ପା ଷ୍ଟାଇଲରେ ଖୁସି ମନାଇଲେ ଜାଡେଜା

ନୂଆଦିଲ୍ଲୀ ୨୫।୦୨ : ଭାରତୀୟ ଫିଲ୍ମ ପୁଷ୍ପାର କ୍ରେଜ୍ କମିନାହିଁ । କ୍ରିକେଟ୍ ଷ୍ଟାଡିୟମରେ ମଧ୍ୟ ଦେଖିବାକୁ ମିଳିଛି ପୁଷ୍ପାର ଷ୍ଟାଇଲ୍ ।ମ୍ୟାଚ୍ ବେଳେ ଅନେକ ଖେଳାଳି ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲର ନକଲ କରି ଖୁସି ମନାଉଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ରବୀନ୍ଦ୍ର ଜାଡେଜା ପୁଷ୍ପା ଷ୍ଟାଇଲରେ ଖୁସି ମନାଉଥିବା ଦେଖିବାକୁ ମିଳିଛି ।

ଜାଡେଜା ପ୍ରଥମ ଟି୨୦ରେ ଓ୍ୱିକେଟ୍ ନେଲା ପରେ ପୁଷ୍ପା ଷ୍ଟାଇଲରେ ଖୁସି ମନାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିସିସିଆଇ ମଧ୍ୟ ଏହାର ଭିଡିଓ ସେୟାର କରିଛି ।ଏହାସହ ଆମେ ସମସ୍ତେ ଏପରି ରିଆକ୍ସନକୁ କେଉଁଠି ନା କେଉଁଠି ଦେଖିଛେ ବୋଲି କହିଛି ।

ସୂଚନା ଅନୁସାରେ, ଗୁରୁବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି୨୦ ଖେଳାଯାଇଥିଲା । ମୁକାବିଲାରେ ଭାରତ ସିଂହଳ ଟିମ୍‌କୁ ୬୨ ରନରେ ପରାସ୍ତ କରିଥିଲା । ୨୦୦ ରନର ଟାର୍ଗେଟ କରୁଥିବା ଭାରତ ୧୩୭ ରନରେ ଅଟକି ଯାଇଥିଲା । ଏହି ମ୍ୟାଚରେ ଜାଡେଜା ଗୋଟିଏ ଓ୍ୱିକେଟ୍ ନେଇଥିଲେ । ଶ୍ରୀଲଙ୍କା ଇନିଂସର ଦଶମ ଓଭରରେ ସେ ଏହି ଓ୍ୱିକେଟ୍ ନେଇଥିଲେ ।

ଜାଡେଜାଙ୍କ ସ୍ପିନରେ ଦିନେଶ ଚାନ୍ଦିମାଲ ଷ୍ଟମ୍ପିଂ ଆଉଟ୍ ହୋଇଥିଲେ । ଏହାପରେ ଜାଡେଜା ପୁଷ୍ପା ଷ୍ଟାଇଲରେ ଖୁସି ମନାଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ