ନୂଆଦିଲ୍ଳୀ ୨୫।୦୨: ଫେବୃଆରୀ ୨୪ ୟୁକ୍ରେନ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏବଂ ଭୟାନକ ବୋଲି ପ୍ରମାଣିତ ହୋଇଛି । ବୋମା ବିସ୍ଫୋରଣରେ ୟୁକ୍ରେନ ବାସିନ୍ଦାଙ୍କୁ ଶକ୍ତ ଝଟକା ଲାଗିଛି। ସେଠାରେ ଏବେ ଯୁଦ୍ଧର ପରିସ୍ଥିତି ଏବଂ ସବୁ ସ୍ଥାନରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ସମୟରେ ବଲିଉଡର ଜଣେ ଅଭିନେତ୍ରୀଙ୍କ ଜୀବନ ମରୁ ମରୁ ବଞ୍ଚି ଯାଇଛି । ଯଦି ସେ ଠିକ୍ ସମୟରେ ସଠିକ୍ ପଦକ୍ଷେପ ନ ନେଇଥାନ୍ତେ । ତେବେ ସେ ମଧ୍ୟ ଏହି ଯୁଦ୍ଧର ସମୟରେ ଫସି ରହିଥାନ୍ତେ।
ତେବେ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଭାଗ୍ୟ ଥିଲା କି ତାଙ୍କୁ ଏପରି ଭାବରେ ଜୀବନ ବଞ୍ଚାଇବାର । ଏଭଳି କିଛି ଘଟିଛି ଯାହା ସେ କଳ୍ପନା ବି କରି ପାରିବେ ନାହିଁ । ଯାହା ମରୁ ମରୁ ବଞ୍ଚିଛନ୍ତି ଉର୍ବଶୀ । ୨୫ ଫେବୃୟାରୀ ଅର୍ଥାତ୍ ଆଜି ତାଙ୍କର ଜନ୍ମଦିନ । ଏଥିପାଇଁ ସେ ଆଗରୁ ପ୍ଲାନ କରିଥିଲେ କି ନିଜ ପରିବାର ସହିତ ଜନ୍ମଦିନରେ ମାଲଦ୍ୱୀପରେ ପାଳିବେ । ଏହା ସହ ସେ ଏବେ ମାଳଦ୍ବୀପରେ ପହଞ୍ଚିଛନ୍ତି। କିନ୍ତୁ ଏହାର ୨ଦିନ ପୂର୍ବରୁ ଉର୍ବଶୀ ୟୁକ୍ରେନରେ ଥିଲେ । ସେଠାରେ ସେ ତାଙ୍କ ଫିଲ୍ମର ସୁଟିଂ କରୁଥିଲେ। ସେହି ସମୟର ଏକ ସୁନ୍ଦର ଭିଡିଓ ମଧ୍ୟ ସେୟାର କରିଥିଲେ। ବର୍ତ୍ତମାନ ସେଠାରେ ଏବେ ଯୁଦ୍ଧର ପରିସ୍ଥିତି । ଏପରି ସ୍ଥିତିରେ ଯଦି ଉର୍ବଶୀ ସେଠାରେ ଥାଆନ୍ତେ, ତେବେ ସେ ଯୁଦ୍ଧ ଫାଶରେ ପଡ଼ିଥାନ୍ତେ।
ଉର୍ବଶୀଙ୍କ ଏହି ଭିଡିଓ ବିଷୟରେ କହିବାକୁ ଗଲେ ସେ ୟୁକ୍ରେନର ରାସ୍ତାରେ ବୁଲୁଛନ୍ତି ଏବଂ ପ୍ରକୃତିକୁ ଉପଭୋଗ କରୁଛନ୍ତି । ଭିଡିଓ ସହିତ ଥିବା କ୍ୟାପସନରେ ଉର୍ବଶୀ ରାଉତେଲା ଲେଖିଛନ୍ତି, ‘ଶୁଟିଂ କରିବା ପୂର୍ବରୁ ତାଜା ପବନକୁ ଅନୁଭବ କରିବା । ପ୍ରତ୍ୟେକ ଜୀବନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ମାଆଙ୍କ ପ୍ରକୃତି ପରି ହୁଅ ଏବଂ ବିନା ସର୍ତ୍ତରେ ସମସ୍ତଙ୍କୁ ଭଲ ପାଅ । କହିବାକୁ ଗଲେ ଉର୍ବଶୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ନିଜ ପ୍ରଶଂସକଙ୍କ ପାଇଁ ସବୁଦିନ କିଛି ନା କିଛି ଫଟୋ ସେୟାର ମଧ୍ୟ କରିଥାନ୍ତି ।

