ଦେଶ ବିଦେଶ ମନୋରଞ୍ଜନ

ପୋକ୍ସୋ ଆକ୍ଟ ଅଧୀନରେ ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ନାମରେ ମାମଲା ରୁଜ୍ଜୁ

ମୁମ୍ବାଇ: ମରାଠୀ ଚଳଚ୍ଚିତ୍ରରେ ଛୋଟ ପିଲାମାନଙ୍କୁ ନେଇ ଅଶ୍ଳୀଳ ଦୃଶ୍ୟ ଦେଖାଇବା ଅଭିଯୋଗରେ ଆଇପିସିର ଧାରା ୨୯୨, ୩୪, ପୋକ୍ସୋ ଆକ୍ଟର ଧାରା ୧୪ ଏବଂ ଆଇଟି ଆକ୍ଟର ଧାରା ୬୭, ୬୭(ବି) ଅନୁଯାୟୀ ଅଭିନେତା-ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରାଯାଇଛି। ଗତ ସପ୍ତାହରେ ଏକ ଅଦାଲତ ଏନେଇ ଆଦେଶ ଦେବା ପରେ ପୁଲିସ୍‌ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ଗତ ଶୁକ୍ରବାର ଦିନ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ଚଳଚ୍ଚିତ୍ର ନିର୍ମାତା ମହେଶ ମଞ୍ଜରେକରଙ୍କ ବିରୋଧରେ ତାଙ୍କ ସର୍ବଶେଷ ଚଳଚ୍ଚିତ୍ରରେ ପିଲାମାନଙ୍କୁ ଆପତ୍ତିଜନକ ଢଙ୍ଗରେ ଚିତ୍ରଣ କରିଥିବା ଅଭିଯୋଗର ତଦନ୍ତ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ।

ଏକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ସ୍ଥାନୀୟ ପୁଲିସକୁ ଏହି ବିବାଦୀୟ ଚଳଚ୍ଚିତ୍ରର ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ସମେତ ଚଳଚ୍ଚିତ୍ରର ନିର୍ମାତା ନୟନ ଭାରାନଙ୍କ ବିରୋଧରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସାମାଜିକ କାର୍ଯ୍ୟକର୍ତ୍ତା ସୀମା ଦେଶପାଣ୍ଡେ ତାଙ୍କ ଓକିଲ ପ୍ରକାଶ ସାଲସିଙ୍ଗିକରଙ୍କ ମାଧ୍ୟମରେ ମଞ୍ଜରେକର ଏବଂ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଦାଲତରେ ଅଭିଯୋଗ ଆଗତ କରିଥିଲେ।

ଅଭିଯୋଗରେ ଦର୍ଶାଯାଇଥିଲା ଯେ ଚଳଚ୍ଚିତ୍ରର ଟ୍ରେଲର, ଯାହା ପରେ ପ୍ରେକ୍ଷାଳୟ ଏବଂ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା ସେଥିରେ ଅଶ୍ଳୀଳ ସାମଗ୍ରୀ ପ୍ରଚୁର ପରିମାଣରେ ମହଜୁଦ୍‌ ରହିଛି ଯାହାକି କମୋଳମତି ପିଲାଙ୍କ ମନକୁ ପ୍ରଭାବିତ କରିବ। ଏହି ମାମଲାର ଶୁଣାଣି କରି ସ୍ୱତନ୍ତ୍ର ଅଦାଲତର ବିଚାରପତି ଏସ ଏନ ଶେଖ ସିଆରପିସିର ବ୍ୟବସ୍ଥା ଅନୁଯାୟୀ ଏହି ମାମଲାର ତଦନ୍ତ କରିବାକୁ ମହିମ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ