ଖେଳ ଦେଶ ବିଦେଶ

କ୍ରିକେଟକୁ ବାଏ ବାଏ କଲେ ବନିତା, କହିଲେ- ‘ହୃଦୟ କହୁଛି ଖେଳିବାକୁ କିନ୍ତୁ ଶରୀର ରାଜି ନାହିଁ’…

ନୂଆଦିଲ୍ଲୀ, ୨୨।୦୨ : ଭାରତୀୟ ମହିଳା କ୍ରିକେଟ୍ ଦଳର ବ୍ୟାଟର ବି. ଆର. ବନିତା ଅବସର ଘୋଷଣା କରିଛନ୍ତି । ୩୧ ବର୍ଷୀୟା ଏହି କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି । ସେ ଟ୍ୱିଟରରେ ଏନେ ସୂଚନା ଦେଇଛନ୍ତି ।

ଟ୍ୱିଟରେ ସେ ସାଥି ଖେଳାଳି ଝଲନ ଗୋସ୍ୱାମୀ ଓ ମିତାଲି ରାଜଙ୍କୁ ଧନ୍ୟବାଦ ଦେଇଛନ୍ତି । ଉଭୟ ୨୦୧୪ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ପଦାର୍ପଣ କରିଥିଲେ । ଏହାବ୍ୟତୀତ ନିଜ ପରିବାର ସଦସ୍ୟ, ବନ୍ଧୁ, ଟିମ୍‌ର ଅନ୍ୟ ଖେଳାଳିଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।

ଏହାସହ ବନିତା କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ କ୍ରିକେଟ ବୋର୍ଡକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏହି ଦୁଇ ଦଳ ପାଇଁ ବନିତା ଖେଳିଥିଲେ । ଏନେଇ ସେ କହିଛନ୍ତି ଯେ, ୧୯ ବର୍ଷ ପୂର୍ବରୁ ସେ ଛୋଟ ଥିବା ବେଳେ ଖେଳିବା ଆରମ୍ଭ କରିଥିଲେ । କ୍ରିକେଟ ପ୍ରତି ତାଙ୍କର ଆଜି ବି ଭଲ ପାଇବା ରହିଛି । ହୃଦୟ ଖେଳ ଜାରି ରଖିବାକୁ କହୁଛି । କିନ୍ତୁ ଶରୀର ସାଥ୍ ଦେଉ ନାହିଁ । ସେ ଶରୀର କଥା ଶୁଣିବାକୁ ଚାହିଁଛନ୍ତି । ତେଣୁ ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିବା ପ୍ରକାଶ କରିଛନ୍ତି ବନିତା ।

ସୂଚନାଯୋଗ୍ୟ, ବନିତା ୬ଟି ଦିନିକିଆ ମ୍ୟାଚ୍ ଖେଳି ୮୫ ରନ୍ କରିଛନ୍ତି । ସେହିପରି ୧୬ଟି ଟି୨୦ରେ ସେ ୨୧୬ ରନ୍ କରିଛନ୍ତି । ୨୦୨୧-୨୨ ବଙ୍ଗ ଟିମ୍ ପକ୍ଷରୁ ଘରୋଇ ଫର୍ମାଟରେ ଆନ୍ଧ୍ର ପ୍ରଦେଶ ବିପକ୍ଷରେ ୬୧ ଓ ହାଇଦ୍ରାବାଦ ବିପକ୍ଷରେ ୭୧ ବଲରୁ ୧୦୭ ରନ୍ ସହ ୨୨୫ ରନ୍ କରିଥିଲେ । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୦୦ରୁ ଅଧିକ ଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ