ଦେଶ ବିଦେଶ ସ୍ୱାସ୍ଥ୍ୟ

ଭାରତରେ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି କରୋନା ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ଦ୍ରୁତ ଗତିରେ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩,୪୦୫ଟି ନୂଆ ମାମଲା ସାମ୍ନାକୁ ଆସିଛି । ତେବେ ଗୋଟିଏ ଦିନ ପୂର୍ବରୁ ୧୬ ହଜାର ଲୋକ ସଂକ୍ରମିତ ହୋଇଥିଲେ । ଅର୍ଥାତ, କୁହାଯାଇପାରେ ଯେ କରୋନାର ତୃତୀୟ ଲହରୀ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି | ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୪ ହଜାର ରୋଗୀ ଆରୋଗ୍ୟ ହୋଇଥିବାବେଳେ ୨୩୫ ଜଣ ଲୋକ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ଓମିକ୍ରନ୍ ର ସବଭାରିଆଣ୍ଟ ବିଏ-୨ କୁହାଯାଉଛି ଯେ ଏହା ଶୀଘ୍ର ବିସ୍ତାର ହେବାକୁ ଯାଉଛି ଏବଂ ଏହା ବିପଜ୍ଜନକ ମଧ୍ୟ ହୋଇପାରେ |

ତେବେ ଭାରତର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ରାଜୀବ ଜୟଦେବନ କହିଛନ୍ତି ଯେ ବର୍ତ୍ତମାନ ବିଏ-୨ ସବଭାରିଆଣ୍ଟରୁ କରୋନା ତରଙ୍ଗର ସମ୍ଭାବନା ନାହିଁ। ଦେଶରେ ଦୈନିକ ସଂକ୍ରମଣ ହାର ୧.୨୪ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୯୮ ପ୍ରତିଶତରେ ପହଞ୍ଚିଛି |

ଅର୍ଥାତ ବର୍ତ୍ତମାନ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଛି ବୋଲି କୁହାଯାଇପାରେ | ସେହିପରି କରୋନାର ସମସ୍ତ ଲହରୀରେ ପ୍ରଭାବିତ ହୋଇଥିବା ମୁମ୍ବାଇରେ ମଧ୍ୟ ସଂକ୍ରମଣ କମିବାରେ ଲାଗିଛି | ମୁମ୍ବାଇ ସହରରେ ୧୦୦ରୁ କମ୍ ନୂଆ ମାମଲା ଦେଖିବାକୁ ମିଳିଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪୧୫ରେ ପହଞ୍ଚିଛି | ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ କରୋନା ଯୋଗୁଁ କେବଳ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି |

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ