ଦେଶ ବିଦେଶ ମନୋରଞ୍ଜନ

ଅରୁଣା ଇରାନୀଙ୍କୁ ସ୍ୱାମୀ ଦେଇଥିଲେ ଧୋକା, ବିବାହର ୩୨ ବର୍ଷ ପରେ ଅଭିନେତ୍ରୀ କଲେ ଖୁଲାସା

ମୁମ୍ବାଇ ୨୧।୦୨ : ହିନ୍ଦୀ ସିନେମାର ଜଣାଶୁଣା ଅଭିନେତ୍ରୀ ଅରୁଣା ଇରାନୀ । ୮୦ ଓ ୯୦ ଦଶକର ଅଭିନେତ୍ରୀ ଅରୁଣା ନିଜ ଅଭିନୟରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ । ୧୯୯୦ରେ ଅରୁଣା ଫିଲ୍ମ ନିର୍ଦ୍ଦେଶକ କୁକୁ କୋହଲିଙ୍କୁ ବିବାହ କରିଥିଲେ। ବିବାହର ୩୨ ବର୍ଷ ପରେ ଅରୁଣା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁଲାସା କରିଛନ୍ତି । ଯାହା ବିଷୟରେ ଆଜି ଯାଏଁ କାହାରିକୁ କୌଣସି ଧାରଣା ନଥିଲା ।

ଅରୁଣା ତାଙ୍କ ସ୍ୱାମୀ କୁକୁଙ୍କ ବିଷୟରେ ସାକ୍ଷାତକାରରେ କହିଛନ୍ତି ‘ଆମେ ଦୁହେଁ ଏକ ଫିଲ୍ମର ସୁଟିଂ ସମୟରେ ଦେଖା ହୋଇଥିଲୁ ଏବଂ ଏକାଠି କାମ ମଧ୍ୟ କରିଥିଲୁ । ସେଟ୍‌ରେ ଦୁହେଁ ଖୁବ୍‌ ଝଗଡା ହେଉଥିଲା । କାହିଁକି ନା ତାଙ୍କୁ ଫିଲ୍ମର ସୁଟିଂ ପାଇଁ ବହୁତ ଅପେକ୍ଷା କରିବାକୁ ପଡୁଥିଲା। ସେଥିପାଇଁ ତାଙ୍କୁ ବହୁତ ବିରକ୍ତ ହେଉଥିଲା। ଏବଂ ବହୁତ ରାଗି ଯାଉଥିଲେ। ଯାହା ପରେ କୁକୁ ତାଙ୍କୁ ମନାଇବା ପାଇଁ ଆସୁଥିଲେ । କିନ୍ତୁ ପରେ ଝଗଡା ପ୍ରେମରେ ବଦଳି ଯାଇଥିଲା।

ଏହାକୁ ନେଇ କହିଥିଲେ କି ଯେତେବେଳେ କୁକୁ ତାଙ୍କୁ ପ୍ରଥମେ ଦେଖା କରିଥିଲେ, କହି ନଥିଲେ କି ସେ ବିବାହିତ ବୋଲି । ସେଥିପାଇଁ ସେ ତାଙ୍କ ପ୍ରେମରେ ପଡି ଯାଇଥିଲେ । କିନ୍ତୁ ପରେ ସତ ଜାଣିବାକୁ ପାଇଥିଲେ । ସେ ବିବାହିତ ତାଙ୍କ ଗୋଟେ ଝିଅ ମଧ୍ୟ ଅଛି । ଯାହାକୁ ଆଜି ଯାଏଁ ଏବିଷୟରେ କହିନଥିଲେ । କିନ୍ତୁ ଏବେ କହିଛନ୍ତି କାହିଁକି ନା ତାଙ୍କ ପ୍ରଥମ ପତ୍ନୀଙ୍କର କିଛି ମାସ ପୂର୍ବରୁ ଦେହାନ୍ତ ହୋଇଯାଇଛି । ନିର୍ଦ୍ଦେଶକ କୁକୁ ଅରୁଣାଙ୍କୁ ବିବାହ କରିବା ସତ୍ତ୍ବେ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନଦେଇ ତାଙ୍କ ସହ ଭଲରେ ରହିବାକୁ କହିଥିଲେ। ଦୁହେଁ ଏହା ମଧ୍ୟ ସ୍ଥିର କରିଥିଲେ କି ତାଙ୍କର କୌଣସି ସନ୍ତାନ ହେବ ନାହିଁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ