ଦେଶ ବିଦେଶ ମନୋରଞ୍ଜନ

ବିକ୍ରି ହୋଇଯିବ ଅମ୍ୱାନୀଙ୍କ ବଡ଼ କମ୍ପାନୀ ରିଲାଏନ୍ସ କ୍ୟାପିଟଲ୍‌, ପ୍ରକ୍ରିୟା ଆରମ୍ଭ କଲା ଆର୍‌ବିଆଇ

ନୂଆଦିଲ୍ଲୀ, ୧୯/୦୨: ଋଣରେ ବୁଡ଼ି ରହିଥିବା ଅନିଲ୍‌ ଅମ୍ୱାନୀଙ୍କ କମ୍ପାନୀ ରିଲାଏନ୍ସ କ୍ୟାପିଟଲ୍‌କୁ ବିକ୍ରି କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଭାରତୀୟ ରିଜର୍ଭ ବ୍ୟଙ୍କ ପକ୍ଷରୁ ନିଯୁକ୍ତ ପ୍ରଶାସକ ରିଲାଏନ୍ସ କ୍ୟାପିଟଲ୍‌ ବିକ୍ରି ପାଇଁ ବିଡ୍‌ ବା ସୂଚୀପତ୍ର ମଗାଇଛନ୍ତି । ଏହି ପତ୍ରରୁ ଜଣାଯିବ ଯେ, କେଉଁ କେଉଁ କମ୍ପାନୀ ରିଲାଏନ୍ସ କ୍ୟାପିଟଲ୍‌ ଉପରେ ନିଲାମ୍‌ ଡାକିବା ପାଇଁ ପ୍ରସ୍ତୁତ ରହିଛନ୍ତି । ରିଲାଏନ୍ସ କ୍ୟାପିଟଲ୍‌ ମୁତାବିକ ବିଡ୍‌ ଜମା କରିବାର ଶେଷ ତାରିଖ ୧୧ ମାର୍ଚ୍ଚ ରହିଛି ।

କହିରଖୁଛୁ ଯେ ଗତବର୍ଷ ଆର୍‌ବିଆଇ ୨୯ ନଭେମ୍ୱର ଋଣ ପୈଠ କରିବାରେ ଡିଫଲ୍ଟ ରହିବା ଏବଂ ପରିଚାଳନା ଦୃଷ୍ଟିକୁ ନଜରରେ ରଖି ରିଲାଏନ୍ସ କ୍ୟାପିଟାଲ୍‌ର ନିର୍ଦ୍ଦେଶକ ମଣ୍ଡଳକୁ ଭଙ୍ଗ କରିଦେଇଥିଲା । ଆର୍‌ବିଆଇ ନାଗେଶ୍ୱର ରାଓଙ୍କୁ ପ୍ରଶାସକ ନିଯୁକ୍ତ କରିଦେଇଥିଲେ ।

ଏହାପରେ ରିଲାଏନ୍ସ କ୍ୟାପିଟଲ ରାଷ୍ଟ୍ରୀୟ କମ୍ପାନୀ ବିଧି ନ୍ୟାୟାଧିକରଣ ବା ଏନ୍‌ସିଏଲ୍‌ଟି ମୁମ୍ୱାଇ ପୀଠ କମ୍ପାନୀ ବିରୋଧରେ କର୍ପୋରେଟ୍ ଇନ୍ସଲଭେନ୍ସି ରିଜୋଲ୍ୟୁସନ୍ ପ୍ରକ୍ରିୟା ଆରମ୍ଭ କରିବାକୁ ଅପିଲ୍‌ ଦାଏର କରିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ