ଖେଳ ଦେଶ ବିଦେଶ

କ୍ୟାଚ୍ ଧରିପାରିଲେନି ଭୁବନେଶ୍ୱର କୁମାର, ରାଗରେ ବଲକୁ ଗୋଇଠା ମାରିଲେ ରୋହିତ…

ନୂଆଦିଲ୍ଲୀ, ୧୯।୦୨ : ଭାରତ ଏବଂ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ । କିନ୍ତୁ ମୁକାବିଲାରେ ଭାରତର ଫିଲ୍ଡିଂ ସେତେଟା ଖାସ ନଥିଲା । ଦଳ ମ୍ୟାଚରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ଛାଡିଥିଲା । ଦଳର ଦମଦାର ବୋଲର ଭୁବନେଶ୍ୱର କୁମାର ଏକ କ୍ୟାଚ୍ ଛାଡିଥିଲେ । ଯାହାକୁ ନେଇ ଅଧିନାୟକ ରୋହିତ ଶର୍ମା ରାଗି ଯାଇଥିଲେ ।

ଇଣ୍ଡିଜ ଇନିଂସର ୧୬ ତମ ଓଭରରେ ବୋଲିଂ କରୁଥିଲେ ଭୁବନେଶ୍ୱର କୁମାର । ଏହି ସମୟରେ ଫର୍ମରେ ଥିବା ରାଓମ୍ୟାନ୍ ପାଓ୍ୱେଲ୍ ଏକ ବଡ ସଟ୍ ଖେଳିବାକୁ ଚାହିଁଥିଲେ । ତେବେ ବଲ ଉପରକୁ ଉଠିଯାଇଥିଲା । ଭୁବନେଶ୍ୱର କୁମାର ନିଜ ବଲରେ କ୍ୟାଚ୍ ନେବାକୁ ଚାହୁଁଥିଲେ । କିନ୍ତୁ ସେ କ୍ୟାଚ୍ ଧରିପାରି ନଥିଲେ ।

ଏକ ସହଜ କ୍ୟାଚ୍ ଧରିପାରିନଥିଲେ ଭୁବନେଶ୍ୱର କୁମାର । ରୋହିତ ଶର୍ମା କ୍ୟାଚ୍ ନେବାକୁ ପ୍ରସ୍ତୁତ ଥିଲେ କିନ୍ତୁ ଭୁବନେଶ୍ୱରଙ୍କ ହାତରୁ ବଲ ଖସି ଯାଇଥିଲା । ବଲ ତଳେ ପଡିବା ପରେ ରୋହିତ ରାଗି ଯାଇଥିଲେ । ସେ ବଲକୁ ଏକ ଗୋଇଠା ମାରିଥିଲେ ।

ସବୁଠାରୁ ଖାସ୍ କଥା ହେଲା ଯେ, ରୋହିତ ଜୋରରେ ବଲକୁ ଗୋଇଠା ମାରିଥିଲେ । ଫଳରେ ଇଣ୍ଡିଜ ବ୍ୟାଟର ଗୋଟିଏ ରନ ନେବାରେ ସକ୍ଷମ ହୋଇଥିଲେ । ଏହି ବଲରେ ଇଣ୍ଡିଜକୁ ଦୁଇ ରନ୍ ମିଳିଥିଲା । ତେବେ ଭୁବନେଶ୍ୱର ଏହି କ୍ୟାଚ୍ ନଧିରାପରିବା ସମସ୍ତଙ୍କୁ ଚକିତ କରିଥିଲା । ପଡିଆରେ ଥିବା କିଛି ଦର୍ଶକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ