ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ ଗଛମୂଳେ ଚାଲିଛି ଶିକ୍ଷାଦାନ

କୁଳିଅଣା: କୁଳିଅଣା ବ୍ଲକ୍‌ରେ ଦ୍ବିତୀୟ ପର୍ଯ୍ୟାୟରେ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ ହୋଇଛି କୁଆବୁଡ଼ା ପଞ୍ଚାୟତ ହାଇସ୍କୁଲ। ଏବେ ସ୍କୁଲର ଶ୍ରେଣୀଗୃହର ମରାମତି କାର୍ଯ୍ୟ ଚାଲିଛି। ଯେଉଁଥି ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗଛ ମୂଳରେ ବସି ଶିକ୍ଷା ଗ୍ରହଣ କରୁଛନ୍ତି। ତେବେ ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ରୂପାନ୍ତରଣ କାର୍ଯ୍ୟ ସମୟରେ ଶ୍ରେଣୀ ପରିଚାଳନା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଗତବର୍ଷ ନଭେମ୍ବର ମାସରେ ହାତୀମଡାସ୍ଥିତ ଏ.କେ ବିଦ୍ୟାପୀଠରେ ଅନୁଷ୍ଠିତ ପ୍ରଧାନଶିକ୍ଷକ ସମ୍ମିଳନୀରେ ପରାମର୍ଶ ଦେଇଥିଲେ ବିଇଓ ଶ୍ୟାମାଶଙ୍କର ଶତପଥୀ। ହେଲେ ଏହି ସ୍କୁଲରେ ସ୍ଥାନାଭାବ ଯୋଗୁଁ ୮/୧୦ ଦିନ ହେଲା ଗଛମୂଳରେ ପିଲାଙ୍କୁ ଶିକ୍ଷା ଦାନ କରାଯାଉଛି ବୋଲି ପ୍ରଧାନ ଶିକ୍ଷକ ନୀରୋଦ ଚନ୍ଦ୍ର ମହାନ୍ତ କହିଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି