ଖେଳ ଦେଶ ବିଦେଶ

ଟିମ୍ ଇଣ୍ଡିଆର ବିଜୟ ଶତକ : ଅନ୍ତର୍ଜାତୀୟ ଟି୨୦ରେ ୧୦୦ତମ ମ୍ୟାଚ୍ ଜିତିଲା ଭାରତ

ନୂଆଦିଲ୍ଲୀ, ୧୯।୦୨ : ଭାରତ ଦ୍ୱିତୀୟ ଟି୨୦ରେ ଓ୍ୱେଷ୍ଟ୍ ଇଣ୍ଡିଜକୁ ପରାସ୍ତ କରିଛି । ରୋମାଞ୍ଚକର ମୁକାବିଲାରେ ଭାରତ ବାଜି ମାରିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ କାରବିୟାନ ଟିମ୍‌କୁ ମାତ୍ ଦେଇଛି । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୧୮୬ ରନ୍ କରିଥିଲା । ଜବାବରେ ଇଣ୍ଡିଜ ୧୭୮ ରନ୍ କରିବାରେ ସକ୍ଷମ ହୋଇଥିଲା । ଏହି ବିଜୟ ସହ ଭାରତ ଅନ୍ତର୍ଜାତୀୟ ମୁକାବିଲାରେ ବିଜୟୀ ଶତକ ମାରିଛି । ଏପରି କାରନାମା କରିବାରେ ଦ୍ୱିତୀୟ ଦଳ ହୋଇଛି ମେନ୍ ଇନ୍ ବ୍ଲୁ ।

ଭାରତ ଏବେସୁଦ୍ଧା ୧୫୫ଟି ଟି୨୦ ମୁକାବିଲା ଖେଳିଛି । ଏହାମଧ୍ୟରୁ ଦଳ ୯୭ଟିରେ ଜିତିଛି । ୩ଟି ଟାଇ ରହିଛି । ଏହି ୩ଟି ଟାଇ ମୁକାବିଲା ବଲ ଆଉଟ୍ ଯାଏଁ ଯାଇଥିଲା । ଯାହାକୁ ବାରତ କବଜା କରିଥିଲା । ଏପରି ଭାବେ ଶହେ ମ୍ୟାଚ୍ ଜିତିବାରେ ରେକର୍ଡ କରିଛି ଟିମ୍ ।

ସେହିପରି ପାକିସ୍ତାନ ୧୬୪ଟି ଅନ୍ତର୍ଜାତୀୟ ଟି୨୦ ମୁକାବିଲା ଖେଳି ୧୦୦ ତମ ବିଜୟ ହାସଲ କରିଥିଲା । ଭାରତ ଓ ପାକିସ୍ତାନ ବ୍ୟତୀତ ଅନ୍ୟ କୌଣସି ଦଳ ଏହି କାରନାମା କରିନାହାଁନ୍ତି । ପାକିସ୍ତାନ ସର୍ବାଧିକ ୧୧୭ ମୁକାବିଲା ଜିତିଥିବା ବେଳେ ଦ୍ୱିତୀୟରେ ଭାରତ ରହିଛି ।

ଟିମ୍ ଇଣ୍ଡିଆର ଟି୨୦ ରେକର୍ଡ ଦେଖିଲେ ୭ ଜଣ ଖେଳାଳି ଦଳର ନେତୃତ୍ୱ ନେଇଛନ୍ତି । ମହେନ୍ଦ୍ର ସିଂ ଧୋନୀ ଅଧିନାୟକ ଭାବେ ୪୨ଟି ଟି୨୦ ମ୍ୟାଚ୍ ଜିତାଇଛନ୍ତି। ବିରାଟ କୋହଲି ୩୨, ରୋହିତ ଶର୍ମା ୨୦, ସୁରେଶ ରାଇନା ୩, ଶିଖର ଧାଓ୍ୱନ, ଆଜିଙ୍କ୍ୟ ରାହାଣେ ଓ ବିରେନ୍ଦ୍ର ସେହ୍ୱାଗ ଦଳକୁ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତାଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ