ଦେଶ ବିଦେଶ ମନୋରଞ୍ଜନ

ଆଜି ପଡିବ ଫରହାନ୍-ଶିବାନୀଙ୍କ ହାତଗଣ୍ଠି, ଜାଣନ୍ତୁ କେଉଁ ରୀତିନୀତିରେ କରିବେ ବିବାହ

ନୂଆଦିଲ୍ଲୀ ୧୯।୦୨: ଫରହାନ ଅଖତର ଆଜି ନିଜ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ବିବାହ କରିବେ। ଆଜି ବଲିଉଡ଼ର ଏହି ଲଭ ବାର୍ଡସ ସବୁଦିନ ପାଇଁ ସାତ ଜନ୍ମର ହେବାକୁ ଯାଉଛନ୍ତି । ଏଥିରେ ତାଙ୍କ କେବଳ ପୁରା ପରିବାର ଏବଂ ନିକଟତର ବନ୍ଧୁ ସାମିଲ ରହିବେ। ସୂଚନା ଅନୁଯାୟୀ ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଖଣ୍ଡାଲା ସ୍ଥିତ ଫାର୍ମହାଉସରେ ବିବାହ କରିବେ।

ସୂଚନା ଅନୁଯାୟୀ କୁହାଯାଉଛି କି ଦୁହେଁ ମରାଠି ରୀତିନୀତିରେ ବିବାହ କରିବେ। ବର୍ତ୍ତମାନ ଶୁଣିବାକୁ ମିଳୁଛି କି ଦୁହେଁ ଦୁଇଟି ରୀତି ନୀତିରେ ବିବାହ କରିବା ସହ ପରସ୍ପର ପାଇଁ କିଛି ପ୍ରତିଶୃତି ଲେଖିଛନ୍ତି ଯାହାକୁ ସେମାନେ ବିବାହ ଦିନ ପଢିବେ। ଫରହାନ ଏବଂ ଶିବାନୀ ବିଭିନ୍ନ ଧର୍ମର ଏବଂ ସେମାନେ ପରସ୍ପରକୁ ସମାନ ଭାବରେ ସମ୍ମାନ କରନ୍ତି। ଏଥି ପାଇଁ ସେ ବିବାହକୁ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ କରିବା ଚାହୁଁଛନ୍ତି । ତେବେ ଦୁହେଁ ଏହି ବିଶେଷ ଦିନକୁ ପ୍ରାଇଭେଟ ରଖିବାକୁ ଚାହୁଁଛନ୍ତି। କହିବାକୁ ଗଲେ ଫରହାନ ଅଖତରଙ୍କ ଏହା ଦ୍ୱିତୀୟ ବିବାହ। ୪୮ ବର୍ଷର ଫରହାନ ଅଖତର ଏବେ ନିଜ ୪୧ ବୟସ୍କା ପ୍ରେମିକା ଶିବାନୀଙ୍କୁ ବିବାହ କରିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ