ଦେଶ ବିଦେଶ ମନୋରଞ୍ଜନ

କାଠଗଡାରେ ‘ଗଙ୍ଗୁବାଈ କାଠିଆବାଡି’ । ଅଡୁଆରେ ଆଲିଆ ।

: ଅଡୁଆରେ ପଡିଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । ଫିଲ୍ମ ‘ଗଙ୍ଗୁବାଈ କାଠିଆବାଡି’କୁ ନେଇ ତାଙ୍କୁ ବିବାଦର ସାମନା କରିବାକୁ ପଡିଛି । ତାଙ୍କ ସହ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଂଜୟ ଲିଲା ବନସାଲିଙ୍କ ନାଁରେ ମଧ୍ୟ ମାମଲା ଦାଏର ହୋଇଛି ।

ମୁଭିର ଟ୍ରେଲର ରିଲିଜ ହେବା ପରଠାରୁ ଦୁହିଁଙ୍କ ପାଇଁ ସମସ୍ୟା ବଢିଯାଇଛି । ମୁଭିରେ ଗଙ୍ଗୁବାଈଙ୍କ ଚରିତ୍ରକୁ ଖରାପ ଭାବେ ତଥା ନକାରାତ୍ମକ ଭାବେ ଚିତ୍ରିତ କରାଯାଇଥିବା ଅଭିଯୋଗ ହୋଇଛି । ଗଙ୍ଗୁବାଈଙ୍କୁ ଜଣେ ସାମାଜିକ କର୍ମୀ ବଦଳରେ ଜଣେ ଦେହଜୀବୀ ଭାବେ ଚିତ୍ରିିତ କରାଯାଇଛି । ଗଙ୍ଗୁବାଈଙ୍କ ପୋଷ୍ୟପୁତ୍ର ବାବୁ ରାଓଜୀ ଶାହା ଓ ତାଙ୍କ ନାତୁଣୀ ଭାରତୀ ଶାହା ସିନେମାର କାହାଣୀକୁ ଜୋରଦାର ବିରୋଧ କରିଛନ୍ତି । ସେ ମୁମ୍ବାଇର ଏକ କୋର୍ଟରେ ଆଲିଆ ଓ ଏହାର ପ୍ରଯୋଜକ ତଥା ନିର୍ଦ୍ଦେଶକ ସଂଜୟ ଲିଲା ବନସାଲଙ୍କ ନାଁରେ ମାମଲା ଦାଏର କରିଛନ୍ତି ।

ଗଙ୍ଗୁବାଈଙ୍କ ପୁଅଙ୍କ ଅଭିଯୋଗ ମୁତାବକ, ଫିଲ୍ମ ନିର୍ମାଣ ସମୟରେ ତାଙ୍କ ପରିବାରଠାରୁ କୌଣସି ଅନୁମତି ନିଆଯାଇନଥିଲା । ପୂର୍ବରୁ ଯେତେବେଳେ ଗଙ୍ଗୁବାଈଙ୍କ ଉପରେ ବହି ଲେଖାଯାଇଥିଲା ସେତେବେଳେ ମଧ୍ୟ ଅନୁମତି ନେନେଇ ଲେଖାଯାଇଥିଲା । ଏବେ ମୁଭିରେ ତାଙ୍କ ମା’ଙ୍କୁ ଯେଉଁଭଳିଭାବେ ଚିତ୍ରଣ କରାଯାଇଛି ତାକୁ ନେଇ ତାଙ୍କ ପରିବାରରେ ସମସ୍ୟା ବଢିଯାଇଛି । ଲୋକ ଲଜ୍ଜା ଯୋଗୁଁ ତାଙ୍କ ପରିବାରକୁ ବାରମ୍ବାର ଘର ବଦଳାଇବାକୁ ପଡୁଛି ବୋଲି ସେ କହିଛନ୍ତି ।

ସୂଚନା ମୁତାବକ, ୨୦୨୨ରେ ଫିଲ୍ମର ପ୍ରଥମ ପ୍ରମୋ ରିଲିଜ ହେବା ସମୟରେ ବାବୁରାଓ ଶାହା ଫିଲ୍ମ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସେତେବେଳେ ଆଲିଆ ଓ ସଂଜୟଙ୍କୁ ଲିଗାଲ ନୋଟିସ୍ ପଠାଯାଇଥିଲା । କିନ୍ତୁ ପରେ ବମ୍ବେ ହାଇକୋର୍ଟ ଫିଲ୍ମ ରିଲିଜ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ