ଦେଶ ବିଦେଶ ମନୋରଞ୍ଜନ

ବୟଫ୍ରେଣ୍ଡ ସହ ଇଜିପ୍ଟରେ ଛୁଟି କାଟୁଛନ୍ତି ଅଭିନେତ୍ରୀ ହିନା ଖାନ୍‌, ଗ୍ଲାମରସ୍‌ ଲୁକ୍‌ରେ ସେୟାର କଲେ ଫଟୋ…

ମୁମ୍ବାଇ ୧୮।୦୨ : ବଲିଉଡ୍‌ ଅଭିନେତ୍ରୀ ହିନା ଖାନ୍‌ ତାଙ୍କ ଷ୍ଟାଇଲ୍‌ ସୁନ୍ଦରତା ପାଇଁ ସବୁ ବେଳେ ଚର୍ଚ୍ଚାରେ ଥାନ୍ତି । ବହୁ ଦିନର ବ୍ରେକ୍‌ ପରେ ଏବେ ପୁଣି ଥରେ ଛୁଟି କାଟିବାକୁ ବାହାରକୁ ଯାଇଛନ୍ତି । ତାହା ପୁଣି ପରିବାର ଲୋକଙ୍କ ସହ କି ସାଙ୍ଗ ସାଥିଙ୍କ ସହ ନୁହେଁ । ବରଂ ପ୍ରେମିକଙ୍କ ସହ ବର୍ତ୍ତମାନ ଇଜିପ୍ଟରେ ଛୁଟି କାଟୁଛନ୍ତି। ଏହି ସମୟର କିଛି ସୁନ୍ଦର ଫଟୋ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ସେ ତାଙ୍କ ପ୍ରେମିକ ରକି ଜୟଶ୍ୱାଲଙ୍କ ସହ ଇଜିପ୍ଟ ବୁଲିବାକୁ ଯାଇଥିବାର ଦେଖିବାକୁ ମିଳିଛି। ଏହି ଖୁସି ମୁହୂର୍ତ୍ତର ଫଟୋ ଗୁଡ଼ିକ ଏବେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ସେ ଏ କଲରଫୁଲ୍‌ ଡ୍ରେସ୍‌ ପିନ୍ଧିଥିବାର ନଜର ଆସିଛନ୍ତି।

ହିନା ଫିଲାଇ ମନ୍ଦିରରେ ନିକଟରେ ପୋଜ୍‌ ଦେଇ ଫଟୋ ଉଠାଇଛନ୍ତି। ସେ ସୂର୍ଯ୍ୟଙ୍କୁ ଚାହିଁ ପୋଜ୍‌ ଦେଉଛନ୍ତି। ତେବେ ଫଟୋ ସେୟାର କରି ହିନା କ୍ୟାପଶନ ଲେଖିଛନ୍ତି, ‘ଇତିହାସ ଆମଠାରୁ ନୁହେଁ, ଆମେ ଇତିହାସରୁ ଆସିଛୁ’। ଇନ୍‌ଷ୍ଟାଗ୍ରାମରେ ହିନା ସେୟାର କରିଥିବା ଫଟୋକୁ ୩ ଘଣ୍ଟାରେ ୧୧୫୦୦୦ ଲୋକ ଲାଇକ୍‌ କରି ସାରି ସାରିଲେଣି। ଏଥିରେ ୮୦୦ରୁ ଅଧିକ କମେଣ୍ଟ କରାଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ