ଖେଳ ଦେଶ ବିଦେଶ

ଆଇପିଏଲରେ ମିଳିଲା କୋଟିକୋଟି ଟଙ୍କା, କାଉଣ୍ଟିଂ କ୍ଲବ୍ ଛାଡିଦେଲେ ଅଷ୍ଟ୍ରେଲିଆ କ୍ରିକେଟର୍

ନୂଆଦିଲ୍ଲୀ, ୧୮|୦୨: ଆଇପିଏଲ ପାଇଁ ସରିଛି ନିଲାମି । ସମସ୍ତ ୧୦ ଟିମ୍ ନିଜ ନିଜ ପସନ୍ଦର ଖେଳାଳିଙ୍କୁ ନେଇଛନ୍ତି । ଏହା ମଧ୍ୟରେ ଅଷ୍ଟ୍ରେଲିଆ ଓ୍ୱିକେଟ୍ କିପର ତଥା ବ୍ୟାଟର ମାଥ୍ୟୁ ଓ୍ୱେଡ୍ ଅଧିକ ଦାମରେ ବିକ୍ରି ହୋଇଛନ୍ତି । ତେବେ ଏହି ବିଡିଂ ପରେ ସେ ଇଂଲଣ୍ଡ କାଉଣ୍ଟିଂ କ୍ରିକେଟକୁ ଅଲବିଦା କହିଛନ୍ତି ।

ମାଥ୍ୟୁ ଓ୍ୱେଡଙ୍କୁ ଆଇପିଏଲ ମେଗା ଅକ୍ସନରେ ଗୁଜୁରାଟ ଟାଇଟନ୍ସ ୨ କୋଟି ୪୦ ଲକ୍ଷରେ କ୍ରୟ କରିଥିଲା । ତାଙ୍କର ବେସ୍ ପ୍ରାଇସ ୨ କୋଟି ଥିଲା । ଏହି ବଡ ଡିଲ୍ ପରେ ସେ କାଉଣ୍ଟିଂ ଲିଗ୍ ଛାଡିଛନ୍ତି ।

ସେ ଇଂଲଣ୍ଡ କାଉଣ୍ଟିଂ କ୍ରିକେଟରେ ଓ୍ୱାରସିଷ୍ଟ୍ ସାୟର କ୍ଲବ୍ ପାଇଁ ଖେଳିଥାନ୍ତି । ସେ ପୁରା ସିଜିନରେ ଖେଳିବେ ବୋଲି ରାଜି ଥିଲେ । କିନ୍ତୁ ଆଇପିଏଲ ନିଲାମି ପରେ ସେ ଏହାକୁ ଛାଡିଦେଇଛନ୍ତି । ମାଥ୍ୟୁ ଦ୍ୱିତୀୟ ଥର ପାଇଁ ଆଇପିଏଲ ଖେଳିବାକୁ ଯାଉଛନ୍ତି ।

ପୂର୍ବରୁ ସେ ୨୦୧୧ରେ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ସେତେବେଳେ ସେ ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ଖେଳୁଥିଲେ । ସେତେବେଳେ ନେତୃତ୍ୱ ବିରେନ୍ଦ୍ର ସେହ୍ୱାଗଙ୍କ ହାତରେ ଥିଲା । ଏବେ ସେ ଗୁଜୁରାଟ ଟାଇଟନ୍ସ ପାଇଁ ଖେଳିବାକୁ ଯାଉଛନ୍ତି । ଯେଉଁ ଦଳର ଅଧିନାୟକ ଭାର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ