ଦେଶ ବିଦେଶ ମନୋରଞ୍ଜନ

ମା’ ହେବାକୁ ଯାଉଛନ୍ତି ମୋହିନା କୁମାରୀ, ବେବି ବମ୍ପ ସହ ସେୟାର କଲେ ଫଟୋ

ମୁମ୍ବାଇ୧୭।୦୨: ଖୁସି ଖବର ଦେଲେ ଲୋକପ୍ରିୟ ଟିଭି ସିରିଏଲ୍‌ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ୍‌ ଅଭିନେତ୍ରୀ ତଥା ଡ୍ୟାନ୍ସର ମୋହିନା କୁମାରୀ ସିଂ। ଖୁବ ଶୀଘ୍ର ତାଙ୍କ ରାଜ ପରିବାରକୁ ଆସିବ କୁନି ଅତିଥି। ମା’ ହେବାକୁ ଯାଉଛନ୍ତି ମୋହିନା। ଏନେଇ ସେ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି।

ସେ ନିଜ ବେବି ବମ୍ପ ସହ ଫଟୋ ସେଆର କରି ଲେଖିଛନ୍ତି, ‘ଏକ ନୂଆ ପ୍ରାରମ୍ଭର ଆରମ୍ଭ। ସମସ୍ତଙ୍କ ସହ ଖୁସି ଖବର ସେଆର କରୁଛି।’ ଏହି ଫଟୋରେ ସେ ତାଙ୍କ ସ୍ୱାମୀ ସୁୟଶଙ୍କ ସହ ନଜର ଆସିଛନ୍ତି। ଅନ୍ୟ ଏକ ଫଟୋରେ ମୋହେନା ନିଜ ପରିବାର ସଦସ୍ୟଙ୍କ ସହ ମଧ୍ୟ ନଜର ଆସିଛନ୍ତି। ବିବାହ ପର ଠାରୁ ମୋହେନା ଅଭିନୟ ଜଗତ ଠାରୁ ଦୂରେଇ ରହିଛନ୍ତି। ସେ ନିଜର ଫ୍ୟାମିଲି ଲାଇଫ ଏନ୍‌ଜୟ କରୁଛନ୍ତି।

ତେବେ ଏକ ସାକ୍ଷାତକାରରେ ମୋହେନା ଖୁଲାସା କରିଥିଲେ ଯେ, ସେ ବିବାହ ପରେ ଅଭିନୟ ଛାଡିବାକୁ ଚାହୁଁଛନ୍ତି। ବିବାହ ପରଠାରୁ ସେ ମୁମ୍ବାଇ ଏବଂ ଅଭିନୟକୁ ଅଲବିଦା କହିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଯୋଗୁଁ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ଫ୍ୟାନ୍‌ମାନେ ଚକିତ ହୋଇ ଯାଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ