ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରକ୍ତହୀନତା ଦୂର ପାଇଁ ଆରମ୍ଭ ହେବ ‘ଅମ୍ଲାନ୍’! ସ୍କୁଲ, ଅଙ୍ଗନବାଡିରେ କରାଯିବ ‌ହିମୋଗ୍ଲୋବିନ୍ ପରୀକ୍ଷା

ଭୁବନେଶ୍ବର : ରାଜ୍ୟରେ ରକ୍ତହୀନତା ଦୂର କରିବା ଲାଗି ରାଜ୍ୟ ସରକାର ମିସନ୍ ମୋଡରେ ନୂଆ କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛନ୍ତି। ନିକଟରେ ଆସିଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ରାଜ୍ୟରେ ରକ୍ତହୀନତା ବୃଦ୍ଧି ପାଇଥିବା ନଜରକୁ ଆସିବା ପରେ ସରକାର ତତ୍ପର ହୋଇ ଉଠିଛନ୍ତି। ମହିଳା ଓ ଶିଶୁଙ୍କଠାରେ ରକ୍ତହୀନତା ଦୂର କରିବା ଲାଗି ସରକାର ଏକ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ଏହାର ପ୍ରଥମ ବୈଠକ ବସିବା ସହିତ କିଭଳି ଢଙ୍ଗରେ ଏହାକୁ କାର୍ଯ୍ୟକାରୀ କରାଯିବ ତାହା ସଂପର୍କରେ ଆଲୋଚନା ହୋଇଛି। ପରବର୍ତୀ ସମୟରେ କାର୍ଯ୍ୟକ୍ରମକୁ ପରିଚାଳନା ପାଇଁ ଏକ ଏସ୍‌ଓପି ପ୍ରସ୍ତୁତ କରାଯିବ।

କାର୍ଯ୍ୟକ୍ରମରେ ମୁଖ୍ୟତଃ ୬ଟି ବର୍ଗର ମହିଳା ଓ ଶିଶୁଙ୍କୁ ଟାର୍ଗେଟ୍‌ କରାଯିବ। ୬-୫୯ ମାସର ଶିଶୁ, ୫-୯ବର୍ଷ, ୧୦-୧୯ବର୍ଷ, ଗର୍ଭବତୀ ମହିଳା, ସନ୍ତପାନ କରୁଥିବା ମହିଳା ଓ ୨୦-୪୯ବର୍ଷର ମହିଳାଙ୍କ ହିମୋଗ୍ଲୋବିନ୍ ପରୀକ୍ଷା କରିବା ଲାଗି ନିଷ୍ପତ୍ତି ହୋଇଛି। ସ୍କୁଲ, ଅଙ୍ଗନବାଡ଼ି ଓ ଟି-୩ କ୍ୟାମ୍ପସ୍‌ରେ ‌ଏହି ପରୀକ୍ଷା କରାଯିବ। ଯାହାଫଳରେ ରାଜ୍ୟରେ ପ୍ରକୃତରେ କେତେ ପ୍ରତିଶତ ରକ୍ତହୀନତାର ଶିକାର ହୋଇଛନ୍ତି ତାହା ସ୍ପଷ୍ଟ ହୋଇପାରିବ। ପରବର୍ତୀ ସମୟରେ ଏହି ତଥ୍ୟକୁ ନେଇ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏବେ ରକ୍ତହୀନତା ଦୂର କରିବା ଲାଗି ଆଇରନ୍ ଓ ଫଲିକ ଏସିଡ୍‌ ଦିଆଯାଉଛି। ଏହାସହ ମାଇକ୍ରୋନ୍ୟୁଟ୍ରାଣ୍ଟ ପ୍ରଦାନ ସହିତ ପରଜୀବୀ ରୋଗ ନିୟନ୍ତ୍ରଣ, ପରିବାର ନିୟୋଜନ ଓ ନିରାପଦ ମାତୃତ୍ବ ଉପରେ ଗୁରୁତ୍ବ ଦିଆଯିବ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏନ୍‌ଏଫ୍‌ଏଚ୍‌ଏସ୍‌-୫ ସର୍ଭେ ଅନୁଯାୟୀ ରାଜ୍ୟରେ ରକ୍ତହୀନତା ଦୂର ପାଇଁ ଦିଆଯାଉଥିବା ବଟିକା ଖାଉଥିବା ଲୋକଙ୍କ ସଂଖ୍ୟା ବଢ଼ିଛି। ମାତ୍ର ସେହି ଅନୁପାତରେ ରକ୍ତହୀନତା ବୃଦ୍ଧି ପାଇବା ସନ୍ଦେହ ସୃଷ୍ଟି କରିଛି। ତେଣୁ ଏହି ସନ୍ଦେହକୁ ଦୂର କରିବା ଲାଗି ହିମୋଗ୍ଲୋବିନ୍ ପରୀକ୍ଷା କରାଯିବ। ଏଥିପାଇଁ ଏକାଧିକ ବିଭାଗକୁ ନେଇ ଗଠିତ ଟାସ୍କ ଫୋର୍ସର ପ୍ରଥମ ‌ବୈଠକ ବସିଥିଲା। ଆଲୋଚନା ବେଶ୍‌ ଫଳପ୍ରଦ ହୋଇଛି। ଆଗକୁ ଏଭଳି ବୈଠକ ବସିବା ସହିତ କାର୍ଯ୍ୟକ୍ରମ ପାଇଁ ଏସ୍‌ଓପି ପ୍ରସ୍ତୁତ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗ ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ପଞ୍ଚାୟତିରାଜ, ଏସ୍‌ସି ଓ ଏସ୍‌ଟି ବିଭାଗ, ମହିଳା ଓ ଶିଶୁ ବିକାଶ, ମିସନ ଶକ୍ତି ବିଭାଗ ସାମିଲ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ