ଖେଳ ଦେଶ ବିଦେଶ

ନେଟ୍ସରେ ବିରାଟଙ୍କ ଦମଦାର ବ୍ୟାଟିଂ : ଟି୨୦ ସିରିଜ୍ ପୂର୍ବରୁ ଜୋରଦାର ପ୍ରାକ୍ଟିସ୍ କରୁଛନ୍ତି ରନ୍ ମେସିନ୍

ନୂଆଦିଲ୍ଲୀ ୧୫/୦୨: ବୁଧବାରଠୁ ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ଆରମ୍ଭ ହେବ ଟି୨୦ ମୁକାବିଲା । ଦିନିକିଆ ସିରିଜ୍ ଜିତିବା ପରେ ଟିମ୍ ଇଣ୍ଡିଆ ଆତ୍ମବିଶ୍ୱାସ ଆକାଶଛୁଆଁ ରହିଛି । ଦଳ ଟି୨୦ ସିରିଜ୍ ମଧ୍ୟ ମୂଳପୋଛ ଲକ୍ଷ୍ୟରେ ରହିବ । ତେବେ ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମରେ ଖୁବ୍ ପ୍ରାକ୍ଟିସ୍ କରୁଛନ୍ତି ଭାରତୀୟ ଖେଳାଳି । ଏପରିକି ପୂର୍ବତନ ଅଧିନାୟକ ବିରାଟ କୋହଲି ନେଟସରେ ଦମଦାର ସଟ୍ ଖେଳୁଥିବା ଦେଖିବାକୁ ମିଳିଛି ।

ଲଗାତର ବାବେ ବିରାଟଙ୍କ ବ୍ୟାଟ୍ ନିରବ ରହିଛି । ବଡ ସ୍କୋର କରିପାରୁ ନାହାଁନ୍ତି ବିରାଟ । ଶୀଘ୍ର ଆଉଟ ହୋଇଯାଉଛନ୍ତି । ତେବେ ଇଣ୍ଡିଜ ବିପକ୍ଷ ଟି୨୦ ସିରିଜ୍ ପୂର୍ବରୁ ସେ ଦମଦାର ଅଭ୍ୟାସ କରିଛନ୍ତି । ପ୍ରାୟ ୪୫ ମିନିଟ୍ ଧରି ସେ ଅଭ୍ୟାସ କରିଥିବା ଦେଖିବାକୁ ମିଳିଛି । ନିଜ ପସନ୍ଦର ସଟ୍ ମଧ୍ୟ ସେ ଖେଳିଛନ୍ତି ।

କୋହଲି ଲିମିଟେଡ୍ ଓଭର ଫର୍ମାଟରେ ୨୦୧୯ରେ ଶେଷ ଶତକ ଲଗାଇଥିଲେ । ଏହାପରଠୁ ସେ ୧୦ ଅର୍ଦ୍ଧଶତକ ଲଗାଇଥିଲେ ମଧ୍ୟ ଶତକ କରିପାରି ନାହାଁନ୍ତି ।

ସମସ୍ତ ଫର୍ମାଟକୁ ଦେଖିଲେ କୋହଲି ୨ ବର୍ଷ ହେଲା କୌଣସି ଅନ୍ତରାଷ୍ଟ୍ରୀୟ ଶତକ ଲଗାଇ ନାହାଁନ୍ତି । ସେ ବାଂଲାଦେଶ ବିପକ୍ଷ ଟେଷ୍ଟ ମୁକାବିଲାରେ ୨୦୧୯ ନଭେମ୍ବରରେ ଶେଷ ଥର ପାଇଁ ଅନ୍ତର୍ଜାତୀୟ ଶତକ ଲଗାଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ