ଦେଶ ବିଦେଶ ମନୋରଞ୍ଜନ

ସଲମାନ ଗାଇଲେ ଲତାଙ୍କ ‘ଲଗ୍ ଯା ଗଲେ’ ଗୀତ

ଲତା ମଙ୍ଗେସକରଙ୍କ ଗୀତ ଗାଇ ଆବେଗପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବଲିଉଡ୍ ତାରକା ସଲମାନ ଖାନ। ଗତ ଶନିବାର ରାତିରେ ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ସଲମାନ ଲତା ଗାଇଥିବା ‘ଲଗ୍ ଯା ଗଲେ’ ଗୀତଟିକୁ ନିଜ କଣ୍ଠରେ ଗାଇ ଛାଡ଼ିଥିଲେ। ଭିଡିଓ ସହିତ ସଲମାନ ଲେଖିଥିଲେ: ‘ଆପଣଙ୍କ ଭଳି କେହି ନ ଥିଲେ କିମ୍ବା କେହି ହେବେ ନାହିଁ ଲତାଜୀ’। ଏହା ପ୍ରଶଂସକମାନଙ୍କୁ ଭାବପ୍ରବଣ କରିଦେବାକୁ ଯଥେଷ୍ଟ ଥିଲା। ଅନେକ ସଲମାନଙ୍କ ଗୀତ ଗାଇବା ଦକ୍ଷତାକୁ ମଧ୍ୟ ପ୍ରଶଂସା କରିଥିଲେ।

‘ଲଗ୍ ଯା ଗଲେ’ ୧୯୬୪ ମସିହାରେ ମୁକ୍ତିଲାଭ କରିଥିବା ‘ଓ୍ୱ କୌନ ଥି?’ ଚଳଚ୍ଚିତ୍ରର ଏକ ଅବିସ୍ମରଣୀୟ ଗୀତ ଯାହାକୁ କୋଟି କୋଟି ଶ୍ରୋତା ଆଜି ବି ଅତି ଆଦରର ସହ ଶୁଣନ୍ତି। ମଦନ ମୋହନ କୋହଲି ଏହାର ସଂଗୀତ ନିର୍ଦେଶନା ଦେଇଥିବା ବେଳେ ରାଜା ମେହଦୀ ଅଲୀ ଖାନ ଏହାକୁ ଲେଖିଥିଲେ। ଗତ ୬ ତାରିଖରେ ସଂଗୀତ ଜଗତ୍‌ରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରି ଭାରତରତ୍ନ ଲତା ମଙ୍ଗେସକର ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଏହି କିଂବଦନ୍ତି କଣ୍ଠଶିଳ୍ପୀଙ୍କ ସମ୍ମାନରେ ମହାରାଷ୍ଟ୍ର ସରକାର ମୁମ୍ବାଇ ବିଶ୍ବବିଦ୍ୟାଳୟରେ ଏକ ସଂଗୀତ ଏକାଡେମୀ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ମଧ୍ୟ ପ୍ରଦେଶ ସରକାର ଏକ ଏକାଡେମୀ, ସଂଗୀତ ବିଦ୍ୟାଳୟ ଏବଂ ତାଙ୍କର ଜନ୍ମସ୍ଥାନ ଇନ୍ଦୋରରେ ଏକ ସଂଗ୍ରହାଳୟ ଖୋଲିବା ନେଇ ଘୋଷଣା କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ