ଦେଶ ବିଦେଶ ମନୋରଞ୍ଜନ

କ୍ୟାଟ୍ରିନାଙ୍କ ସହ ଏୟାରପୋର୍ଟରେ ନଜର ଆସିଲେ ଭିକି କୌଶଲ୍‌, ଭାଲେଣ୍ଟାଇନ୍‌ ଡେ’ ପାଇଁ କଲେ ସ୍ପେଶାଲ ପ୍ଲାନ୍‌

ନୂଆଦିଲ୍ଲୀ ୧୪।୦୨: ବଲିଉଡ୍‌ ନ୍ୟୁଲି ମ୍ୟାରେଡ୍‌ ତଥା ଚର୍ଚ୍ଚିତ କପଲ୍‌ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ । ବଲିଉଡର ପ୍ରସିଦ୍ଧ ଦମ୍ପତିମାନଙ୍କ ମଧ୍ୟରୁ ଦୁହେଁ ଅନ୍ୟତମ । ବିବାହ ପରଠାରୁ ଦୁହେଁ ପରସ୍ପରକୁ ସଠିକ୍ ଭାବରେ ସମୟ ଦେବାରେ ସକ୍ଷମ ନୁହଁନ୍ତି । ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କ୍ୟାଟ୍ରିନା ଓ ଭିକି ଆଜି ଭଳି ଖାସ୍‌ ଦିନ ପାଇଁ ଦୁହେଁ ଛୁଟି ନେଇଛନ୍ତି । ଦୁହେଁ ଏହି ଦିନକୁ ସ୍ପେଶାଲ୍‌ କରିବାକୁ ଏକାଠି ହୋଇଛନ୍ତି ।

ଏଭଳି ପରିସ୍ଥିତିରେ ଭିକି ଏବଂ କ୍ୟାଟ୍ରିନା ଭାଲେଣ୍ଟାଇନ୍ସ ଡେ’ରେ ଅଲଗା ରହିବାକୁ ଚାହୁଁନଥିଲେ। ଏଥିପାଇଁ ଦୁହିଁଙ୍କୁ ଭାଲେଣ୍ଟାଇନ୍‌ ଡେ ପୂର୍ବରୁ କ୍ୟାଟ୍ରିନା ଏବଂ ବିକିଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଏକାଠି ଦେଖିବାକୁ ମିଳିଥିଲା। ଏହି ସମୟରେ ଉଭୟେ ପରସ୍ପରର ହାତ ଧର ଆସୁଥିବାର ନଜର ଆସିଥିଲେ। ଏହି ସମୟରେ ଦୁହେଁ ଖୁବ୍‌ ଷ୍ଟାଇଲିସ୍‌ ଦେଖା ଯାଉଛନ୍ତି। ବିକି ଏକ ଧଳା ଟି-ସାର୍ଟ, ଡେନିମ୍ ଜ୍ୟାକେଟ୍ ପିନ୍ଧିଥିବା ବେଳେ କ୍ୟାଟ୍ରିନା ଡେନିମ୍ ଡ୍ରେସ୍‌ରେ ନଜର ଆସିଛନ୍ତି ।

୯ ଡିସେମ୍ବର ୨୦୨୧ ରେ ଏହି ଦୁଇ ଲଭ୍‌ ବାର୍ଡ ବିବାହ କରିଥିଲେ। ବିବାହ ପୂର୍ବରୁ ବିକି ଏବଂ କ୍ୟାଟ୍ରିନା ପରସ୍ପରକୁ ପ୍ରାୟ ଦୁଇ ବର୍ଷ ଡେଟ କରିଥିଲେ। ବିବାହ ପରେ ଦୁହେଁ ପ୍ରଥମ ଥର ପାଇଁ ଏକାଠି ଖ୍ରୀଷ୍ଟମାସ ଏବଂ ଲୋହରୀ ପାଳନ କରିଥିଲେ । ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ହେଲେ ବର୍ତ୍ତମାନ ସେମାନଙ୍କ ଫ୍ୟାନ୍ସମାନେ ଦୁହିଁଙ୍କ ଭାଲେଣ୍ଟାଇନ୍ସ ଡେ ପୋଷ୍ଟକୁ ଅପେକ୍ଷା କରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ