ଖେଳ ଦେଶ ବିଦେଶ

ମିଷ୍ଟର ଆଇପିଏଲଙ୍କୁ ଏମିତି ବିଦାୟ ଦେଲା ଚେନ୍ନାଇ, ଧୋନୀଙ୍କ ବନ୍ଧୁ ରାଇନା ଏବେ ଅଲୋଡା…

ନୂଆଦିଲ୍ଲୀ ୧୪/୦୨: ବେଙ୍ଗାଲୁରୁରେ ଚାଲିଥିବା ଆଇପିଏଲର ମେଗା ନିଲାମ ଶେଷ ହୋଇଛି । ସମସ୍ତ ୧୦ ଟିମ୍ ନିଜ ପସନ୍ଦର ଖେଳାଳିଙ୍କୁ ଚୟନ କରିଛନ୍ତି । ଏହି ସିଜିନରେ ଇଶାନ କିଷାନ ଓ ସୁରେଶ ରାଇନା ସମସ୍ତଙ୍କୁ ଚକିତ କରିଛନ୍ତି । ରାଇନାଙ୍କୁ ମିଷ୍ଟର ଆଇପିଏଲ ମଧ୍ୟ କୁହାଯାଏ ।

ଇଶାନ ଚଳିତ ସିଜିନରେ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୫.୨୫ କୋଟି ଟଙ୍କାରେ କିଣିଛି । ସୁରେଶ ରାଇନାଙ୍କୁ କେହି କିଣି ନାହାଁନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କର ବେସ୍ ପ୍ରାଇସ୍ ଦୁଇ କୋଟି ଥିଲେ ବି ତାଙ୍କୁ କେହି କିଣିନଥିଲେ ।

ରାଇନା ଏବେସୁଦ୍ଧା ଆଇପିଏଲରେ କେବଳ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଖେଳିଛନ୍ତି । ଚଳିତ ଥର ସିଏସକେ ରାଇନାଙ୍କୁ ରିଲିଜ୍ କରିଥିଲା । ଧୋନୀ ଓ ରାଇନା ଭଲ ବନ୍ଧୁ ଅଟନ୍ତି । ସିଏସକେ ରାଇନାଙ୍କୁ କିଣିବ ବୋଲି ସମସ୍ତେ ଭାବୁଥିଲେ । କିନ୍ତୁ ଏପରି ହୋଇନଥିଲା । ଅନ୍ୟ କେଉଁ ଟିମ୍ ରାଇନାଙ୍କୁ କିଣିବା ପାଇଁ ଆଗ୍ରହ ଦେଖାଇନଥିଲେ ।

ସୁରେଶ ରାଇନା ହେଉଛନ୍ତି ଆଇପିଏଲରେ ସର୍ବାଧିକ ରନ୍ କରିଥିବା ଚତୁର୍ଥ ଖେଳାଳି । ସେ ୨୦୫ଟି ଆଇପିଏଲ ମ୍ୟାଚ୍ ଖେଳିଛନ୍ତି । ଏହାସହ ସେ ୩୨.୫୧ ଆଭରେଜରେ ୫୫୨୮ ରନ୍ କରିଛନ୍ତି । ଟୁର୍ଣ୍ଣାମେଣ୍ଟରେ ରାଇନାଙ୍କ ଷ୍ଟ୍ରାଇକ୍ ରେଟ୍ ୧୩୬.୭୬ । ସେ ଆଇପିଏଲରେ ଗୋଟିଏ ଶତକ ଓ ୩୯ ଅର୍ଦ୍ଧଶତକ ଲଗାଇଛନ୍ତି । ତାଙ୍କର ସର୍ବାଧିକ ରନ୍ ରହିଛି ୧୦୦ ରନ୍ । ଏହାସହ ସେ ୨୦୩ ଛକା ସହ୫୦୬ ଚଉକା ଲଗାଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ