ଦେଶ ବିଦେଶ ମନୋରଞ୍ଜନ

ମଲାଇକାଙ୍କ ସହ ସମ୍ପର୍କକୁ ନେଇ ଖୁଲାସା କଲେ ଅର୍ଜୁନ୍‌, କହିଲେ- ସବୁ ପରିସ୍ଥିତିରେ ଆମେ ପରସ୍ପର ସହ ଅଛୁ

ନୂଆଦିଲ୍ଲୀ ୧୪।୦୨: ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ଯୋଡି ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ଦମ୍ପତି। ମଲାଇକା ଆରୋରା ଅର୍ଜୁନ କପୁର ତାଙ୍କଠାରୁ ବହୁତ ସାନ । ଏହା ସବୁ ସତ୍ତ୍ବେ ଦୁହେଁ ସମାଜର କଥାକୁ ଭୁଲି ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ଦୁହିଁ ସମ୍ପର୍କକୁ ନେଇ ଚର୍ଚ୍ଚା ହେବା ପରେ ଖୋଲାଖୋଲି ଭାବରେ ସମସ୍ତଙ୍କ ସାମ୍ନାରେ ଆସିଥିଲେ । ଏକ ସାକ୍ଷାତକାରରେ ଅର୍ଜୁନ କପୁର ମଲାଇକାଙ୍କ ସହ ଜଡିତ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଯାହାକୁ ନେଇ ଖୁବ୍‌ ଆଲୋଚନା ହୋଇଛି।

ଯେତେବେଳେ ଅର୍ଜୁନ କପୁରଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସେ ଭଲ ଏବଂ ଖରାପ ସମୟରେ ସବୁବେଳେ ମଲାଇକାଙ୍କ ସହ ଛିଡା ହୋଇଛନ୍ତି । କହିଛନ୍ତି କି ହଁ, ସେ ମୋ ସହ ଏବଂ ମୋ ତାଙ୍କ ସହ ସବୁ ବେଳେ ଅଛି ଆଉ ରହିଵି । ସୋସିଆଲ ମିଡିଆ ଯୋଗୁଁ ସବୁକିଛି ଅତ୍ୟଧିକ ଖରାପ ହୋଇଯାଇଥିଲା । ଚାଲିବା ଗୁଜବ କଥା, ଅସୁବିଧା ଥିବା ସମୟରେ ଆମେ ଆମ ସମ୍ପର୍କରେ ଏ ସବୁକୁ ଆଣି ନଥିଲୁ । ଏହା ବ୍ୟତୀତ ପରସ୍ପରକୁ ସହଯୋଗ କରିଥିଲୁ । ଏହା ସହ ଅର୍ଜୁନ ଆହୁରି କହିଛନ୍ତି, ‘ଅନେକ ଦିନ ଧରି ଆମ ଜୀବନ ନର୍କ ହୋଇ ଯାଇଥିଲା। ଆମେ ଖୋଲାଖୋଲି ଭାବେ ବାହାରକୁ ଆସିଥିବା ସମୟରେ ବହୁତ ସମସ୍ୟା ଦେଇ ଗତି କରିବାକୁ ପଡୁଥିଲା କିନ୍ତୁ ସେ ସମୟରେ ମଲାଇକାଙ୍କ ସହ ଠିଆ ହେବା ପାଇଁ ମୁଁ କଦାପି ଖରାପ ଅନୁଭବ କରି ନାହିଁ ।

ଅନ୍ୟପଟେ କହିବାକୁ ଗଲେ ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ସମ୍ପର୍କକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଉଭୟଙ୍କର ବୟସ ପାର୍ଥକ୍ୟ ହେତୁ ଲୋକମାନେ ବିଭିନ୍ନ ଜିନିଷକୁ ଭିନ୍ନ ବିଷୟରେ ଆଲୋଚନା କରିଥିଲେ । ହେଲେ ଶେଷରେ ଅର୍ଜୁନ ମଲାଇକା କୌଣସି କଥାକୁ ଖାତିର୍‌ ନକରି ଖୋଲା ଖୋଲି ଭାବେ ମିଡିଆ ସାମ୍ନାକୁ ଆସିଛନ୍ତି । ଏହା ସହ ସୋସିଆଲ୍‌ ମିଡିଆରେ ମଧ୍ୟ ରୋମାଣ୍ଟିକ ଫଟୋ ସେୟାର କରୁଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ