ଖେଳ ଦେଶ ବିଦେଶ

IPL 2022, Mega Auction: ଏହି ଖେଳାଳିଙ୍କ ପାଇଁ ଆସିଲା ଖରାପ ସମୟ, ୯.୨୫ କୋଟିରୁ ସିଧା ପହଞ୍ଚିଲେ ୯୦ ଲକ୍ଷରେ

ନୂଆଦିଲ୍ଲୀ ୧୩।୦୨: ଆଇପିଏଲ ୨୦୨୨ର ମେଗା ନିଲାମର ରବିବାର ହେଉଛି ଦ୍ଵିତୀୟ ଦିନ। ବେଙ୍ଗାଲୁରୁରେ ଚାଲିଥିବା ନିଲାମରେ ଆଜି ଲିୟାମ ଲିଭିଙ୍ଗଷ୍ଟୋନ, ଓଡିଅନ ସ୍ମିଥ୍‌ଙ୍କ ପରି ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଅପରପକ୍ଷେ କିଛି ଖେଳାଳିଙ୍କୁ ଆଶା ମୁତାବକ ଅର୍ଥ ମିଳିନାହିଁ। ଏଥିରେ ସାମିଲ୍ ଅଛନ୍ତି କର୍ଣ୍ଣାଟକର କୃଷ୍ଣପ୍ପା ଗୌତମ।

କୃଷ୍ଣପ୍ପା ଗୌତମଙ୍କୁ ନୂତନ ଫ୍ରାଞ୍ଚାଇଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୯୦ ଲକ୍ଷ ଟଙ୍କାରେ କିଣିଛି। ଗୌତମଙ୍କ ମୂଳ ଦର ହେଉଛି ୫୦ ଲକ୍ଷ ଟଙ୍କା। ତାଙ୍କୁ କିଣିବା ପାଇଁ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। କିନ୍ତୁ ଶେଷରେ ବାଜି ମାରି ନେଇଛି ଲକ୍ଷ୍ନୌ ଫ୍ରାଞ୍ଚାଇଜି।

ଗତ ସିଜିନରେ କରିଥିଲେ ରେକର୍ଡ

ଏହି ସିଜିନର ନିଲାମ ପୂର୍ବରୁ ଗୌତମ ସବୁଠୁ ମହଙ୍ଗା ଅନକ୍ୟାପଡ୍ (ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନଥିବା ଖେଳାଳି) ହୋଇଥିଲେ। କୃଷ୍ଣପ୍ପାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୨୦୨୧ ନିଲାମରେ ୯.୨୫ କୋଟି ଟଙ୍କାରେ କିଣିଥିଲା। ଗତ ସିଜିନ ନିଲାମରେ ତାଙ୍କର ମୂଳଦର ୨୦ ଲକ୍ଷ ଟଙ୍କା ଥିଲା। କିନ୍ତୁ ଚେନ୍ନାଇ ସୁପରକିଙ୍ଗ୍ସ ଗୌତମଙ୍କୁ ଗୋଟିଏ ହେଲେ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ଦେଇନଥିଲା।

କିନ୍ତୁ ଚଳିତ ନିଲାମରେ ତାଙ୍କୁ ବହୁତ କ୍ଷତି ସହିବାକୁ ପଡିଛି। ୯.୨୫ କୋଟି ଟଙ୍କାରେ ବିକ୍ରି ହୋଇଥିବା ଗୌତମ ଏଥର ନିଲାମରେ ସିଧାସଳଖ ୯୦ ଲକ୍ଷ ଟଙ୍କାକୁ ଖସି ଆସିଛନ୍ତି। ଏଥିସହ ସବୁଠୁ ମହଙ୍ଗା ଅନକ୍ୟାପଡ ଖେଳାଳି ଭାବେ ଗୌତମଙ୍କ ରେକର୍ଡ ଧ୍ଵସ୍ତ ହୋଇ ସାରିଛି। ଚଳିତ ସିଜିନରେ ଅଭେଶ ଖାନଙ୍କୁ ଲକ୍ଷ୍ନୌ ଫ୍ରାଞ୍ଚାଇଜି ୧୦ କୋଟି ଟଙ୍କାରେ କିଣିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ