ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୪ ମାସ ପରେ କାମ କରୁନି ବୁଷ୍ଟର ଡୋଜ୍ ! ସିଡିସିର ରିପୋର୍ଟ ବଢାଇଲା ଚିନ୍ତା

ୱାଶିଂଟନ,୧୩/୦୨: ସଂକ୍ରମଣରୁ ସୁରକ୍ଷା ପାଇଁ ବିଭିନ୍ନ ରାଷ୍ଟ୍ର ଏବେ ବୁଷ୍ଟର୍‌ ଡୋଜ୍‌କୁ ଗୁରୁତ୍ୱ ଦେଉଥିବା ବେଳେ ଆମେରିକାର ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ (ସିଡିସି) ପକ୍ଷରୁ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି । ଏହା ଦର୍ଶାଇଛି ଯେ ଲୋକଙ୍କୁ ବୁଷ୍ଟର୍‌ ଡୋଜ୍‌ ଦିଆଯିବାର ୪ ମାସ ବେଳକୁ ଏହାର ପ୍ରଭାବ କମିବାକୁ ଲାଗୁଛି । ଫଳରେ ଏହି ଡୋଜ୍‌ ନେଉଥିବା ଲୋକମାନେ ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହୁନାହାନ୍ତି । ଆମେରିକାରେ ବହୁଳ ବ୍ୟବହାର ହେଉଥିବା ଫାଇଜର ଓ ମଡେର୍ଣ୍ଣା ଏମ୍‌ଆର୍‌ଏନ୍‌ଏ ଟିକା ଉପରେ ଅଧ୍ୟୟନ କରି ଏହା ଜାଣିପାରିଛି ସିଡିସି ।

ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ତୃତୀୟ ଡୋଜ୍‌ ମାତ୍ର ୪ ମାସ ପାଇଁ ସୁରକ୍ଷା ଯୋଗାଉ ଥିବାରୁ ଚତୁର୍ଥ ଡୋଜ୍‌ର ଆବଶ୍ୟକତା ବେଶ୍‌ ରହିଛି । ସିଡିସି ରିପୋର୍ଟ ମୁତାବକ ଫାଇଜର ଓ ମଡେର୍ଣ୍ଣା ଟିକା ଦିଆଯିବା ପରେ ଭୂତାଣୁ ବିରୋଧରେ ଏହା ୮୭% ପ୍ରଭାବୀ ସାବ୍ୟସ୍ତ ହୋଇଥିଏ । କିନ୍ତୁ ଚତୁର୍ଥ ମାସ ବେଳକୁ ଏହା ୬୬%କୁ ହ୍ରାସ ପାଉଛି । ସେହିଭଳି ଟିକାର ତୃତୀୟ ବା ବୁଷ୍ଟର ଡୋଜ୍‌ ଦିଆଯିବା ପରେ ପ୍ରଥମ ଦୁଇମାସ ଏହା ୯୧% ପ୍ରଭାବୀ ସାବ୍ୟସ୍ତ ହେଉଛି । କିନ୍ତୁ ଚତୁର୍ଥ ମାସ ବେଳକୁ ଏହା ୭୮%କୁ ଖସୁଛି । ଗତବର୍ଷ ଅଗଷ୍ଟରୁ ଚଳିତବର୍ଷ ଜାନୁଆରୀ ମଧ୍ୟରେ ଏହି ଅଧ୍ୟୟନ କରାଯାଇଥିଲା । କୋଭିଡ ସଂକ୍ରାନ୍ତ ଜଟିଳତା ପରେ ହସ୍ପିଟାଲ ଆସିଥିବା ୨,୪୧,୨୦୪ ରୋଗୀଙ୍କ ଉପରେ ଅନୁଧ୍ୟାନ କରି ଏହି ନିର୍ଯାସରେ ପହଞ୍ଚିଛି ସିଡିସି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ