ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଇଏ ବି ଏକ ପ୍ରେମ କାହାଣୀ: ୨ ଫୁଟ୍‌ ମହିଳାଙ୍କ ପ୍ରେମରେ ୫ ଫୁଟ୍‌ ର ପୁଅ…

ୱାଶି୍ଂଟନ୍‌ ୧୩/୦୨ : Love is blind। ଏକଥା ପୁଣି ସତ ହୋଇଛି। ପ୍ରେମ ପାଖରେ ନା ରୂପ ରଙ୍ଗର ପ୍ରଭେଦ ଅଛି ନା ଜାତି-ଧର୍ମ। ବୟସ ଓ ଉଚ୍ଚତା କିଛି ବି ଦିଶେନି। ବାସ୍ ଖାଲି ଦୁଇ ଜଣ ପରସ୍ପରକୁ ଦେଇ ବସନ୍ତି ମନ। ଏବେ ଚାଲିଛି ଭାଲେଣ୍ଟାଇନ୍‌ ୱିକ୍‌। ପ୍ରେମ ସପ୍ତାହରେ ଆମେ ଆପଣଙ୍କୁ ସେମିତି ଏକ ପ୍ରେମ କାହାଣୀ ବିଷୟରେ କହିବୁ। ଯାହା ଶୁଣି ଆପଣ ନିଶ୍ଚୟ ସେହି ପ୍ରେମୀ ଯୁଗଳଙ୍କୁ ପ୍ରଶଂସା ନ କରି ରହିପାରିବେନି।

ଆମେରିକାର ଏହି କପଲଙ୍କୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। କାହିଁକିନା ଦୁହିଁଙ୍କ ବୟସ ଓ ଉଚ୍ଚତା ଭିତରେ ଅନେକ ଫରକ୍। ଗର୍ଲଫ୍ରେଣ୍ଡର ଉଚ୍ଚତା ୨ ଫୁଟ୍‌ ୧୦ ଇଞ୍ଚ୍ କିନ୍ତୁ ବୟଫ୍ରେଣ୍ଡର ଉଚ୍ଚତା ୫ ଫୁଟ୍‌ ୭ଇଞ୍ଚ୍।ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି। ଏମିତି ବି ହୁଏ ପ୍ରେମ।

୩୨ ବର୍ଷର ସେସି କିସି ଉଚ୍ଚତାରେ ଜଣେ ଛୋଟ ଝିଅ। ସେ ଜଣେ ଲୋକପ୍ରିୟ ଷ୍ଟ୍ରିପର। ସେସି ଆଡଲ୍ଟ ଭିଡିଓରେ କାମ କରନ୍ତି। ଏହା ସହ ବାରରେ ଷ୍ଟ୍ରିପର୍‌ ବା ଡ୍ୟାନ୍ସର ଭାବେ କାମ କରନ୍ତି। ଆଉ ତାଙ୍କ ବୟଫ୍ରେଣ୍ଡର ନାଁ ହେଉଛି ବ୍ଲେକ, ଯାହା ବୟସ ୧୯। ଦୁହିଁଙ୍କ ଭିତରେ ୧୩ ବର୍ଷର ବ୍ୟବଧାନ ତଥାପି ପ୍ରେମ।

ହେଲେ ସେସିଙ୍କ ପ୍ରେମରେ ପାଗଳ ବ୍ଲେକ। ତାଙ୍କ ପାଇଁ ସେସିଙ୍କ ଉଚ୍ଚତା କିମ୍ବା ବୟସ କିଛି ମାନେ ରଖେନି। ଲୋକଙ୍କୁ ବନ୍ଦ୍‌ କରିପାରିବାନି। ସେସି ଏବଂ ବ୍ଲେକଙ୍କୁ ସୋସିଆଲ୍‌ ମିଡିଆରେ ଅନେକ ଟ୍ରୋଲ୍‌ କରନ୍ତି।

ଡେଲି ଷ୍ଟାର ରିପୋର୍ଟ ମୁତାବକ ବ୍ଲେକ୍‌ କୁହନ୍ତି, ଲୋକେ ଏଣୁତେଣୁ ଲେଖି ଟ୍ରୋଲ୍‌ କରୁଛନ୍ତି। ହେଲେ ଏସବୁ କଥାରେ ଆମକୁ ଆଦୌ ଫରକ ପଡେନି। ବ୍ଲେକ କହନ୍ତି ସେସ୍ ଖୁବ୍‌ କୋମଳ ହୃଦୟର । ସେ ତାଙ୍କୁ ଖୁବ୍‌ ଖୁସିରେ ରଖୁଛନ୍ତି। ଏହା ତାଙ୍କ ପାଇଁ ଖୁବ୍‌ ବଡ଼ କଥା। ଦୁହେଁ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।

ଇଏ ବି ଏକ ପ୍ରେମ କାହାଣୀ। ଆପଣଙ୍କ ଉପରେ ନିର୍ଭର କରୁଛି ଆପଣ ଏହି କାହାଣୀକୁ କେଉଁ ଦୃଷ୍ଟିରେ ଦେଖିବେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ