ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଖେଳାଳିଙ୍କ ସହ ଆର୍ଯ୍ୟନ୍‌-ସୁହାନା-ଜାନଭୀଙ୍କୁ ସ୍ବାଗତ୍‌ କଲେ ଜୁହି ଚାୱଲା , କହିଲେ-KKRର ୟଙ୍ଗ ମାଲିକ…

ମୁମ୍ବାଇ ୧୩।୦୨ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ତଥା ଆଇପିଏଲ୍ ୨୦୨୨ର ପ୍ରଥମ ଦିନ ଅର୍ଥାତ୍‌ ଶନିବାର ଦିନ ଆଇପିଏଲ୍‌ର ନିଲାମି ଅନୁଷ୍ଠିତ ହୋଇଥିଲା । ଏହି ମେଗା ନିଲାମିରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ତିନି ଖେଳାଳିଙ୍କ ଉପରେ ନିଲାମୀ ଚୂଡାନ୍ତ ହୋଇଛି। ସବୁଠାରୁ ବଡ କଥା ହେଲା ଏହି ନିଲାମିରେ ଦଳର ମାଲିକ ଶାହରୁଖ ଖାନ, ଜୁହି ଚାୱଲା କିମ୍ବା ତାଙ୍କ ସ୍ୱାମୀ ଜୟ ମେହେତା ଉପସ୍ଥିତ ନଥିଲେ, ବରଂ ସେମାନଙ୍କ ପିଲାମାନେ ଏହି ଇଭେଣ୍ଟରେ ଯୋଗ ଦେଇଥିଲେ।

ଉଭୟ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଏବଂ ଝିଅ ସୁହାନା ଖାନ୍ ଥିବାବେଳେ ଜୁହି-ଜୟଙ୍କ ଝିଅ ଜାନଭୀ ମେହେତା ସେଠାରେ ଉପସ୍ଥିତ ଥିଲେ । ଏହାକୁ ନେଇ ଜୁହି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଦଳର ଏହି ତିନିଜଣ ୟଙ୍ଗ ମାଲିକଙ୍କୁ ସ୍ୱାଗତ କରିଛନ୍ତି। ଏହା ସହିତ ସେ ଦଳର ଖେଳାଳିଙ୍କୁ ମଧ୍ୟ ସ୍ୱାଗତ କରିଛନ୍ତି । ଏହା ସହ ସେ ଲେଖିଛନ୍ତି- ‘କେକେଆର୍ ଖେଳାଳିଙ୍କୁ ସ୍ବାଗତ, ଶ୍ରେୟସ୍ ଆୟର, ପେଟ୍‌ କମିଂସ୍, ନୀତୀଶ ରାଣା … ଏବଂ ଆମର ୟଙ୍ଗ ଓନୋର ଅର୍ଥାତ୍‌ ମାଲିକ ଆର୍ଯ୍ୟନ୍, ସୁହାନା ଏବଂ ଜାନଭୀଙ୍କୁ ସ୍ୱାଗତ। ଭେଙ୍କି ଏବଂ ଆମର କେକେଆର କର୍ମଚାରୀଙ୍କୁ ଧନ୍ୟବାଦ … ।

ଗତ ବର୍ଷ ଡ୍ରଗ୍ସ ମାମଲା ପରେ ଆର୍ଯ୍ୟନଙ୍କୁ ପ୍ରଥମ ଥର ପାଇଁ ଏକ ଇଭେଣ୍ଟରେ ଦେକିବାକୁ ମିଳିଲା । ତାଙ୍କୁ ଦେଖି ଅନେକ ପ୍ରଶଂସକମାନେ ବହୁତ ଖୁସି ହୋଇଥିଲେ। ଏବଂ କହିଥିଲେ ରାଜକୁମାର ଫେରି ଆସିଛନ୍ତି। ଆଇପିଏଲ୍ ପରି ଏକ ସର୍ବସାଧାରଣ ପ୍ଲାଟଫର୍ମକୁ ଆସିବା ଲୋକମାନଙ୍କ ପାଇଁ ଖୁସିର ବିଷୟ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ