କଳା ଓ ସଂସ୍କୃତି ରାଜ୍ୟ

ବିଶ୍ଵ ରେଡ଼ିଓ ଦିବସ, ବାଲୁକ କଳାରେ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ ୧୩।୦୨: ଆଜି ବିଶ୍ଵ ରେଡ଼ିଓ ଦିବସ । ଆଧୁନିକ ଟେକ୍ନୋଲୋଜି ଯୁଗରେ ନିଜ ଲୋକପ୍ରିୟତା ବଜାୟ ରଖିଛି ରେଡ଼ିଓ । ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଭାବେ ପରିଚିତ ରେଡ଼ିଓ ଏବେ ନୂଆ ରୂପ ଓ ନୂଆ ରଙ୍ଗରେ ଶ୍ରୋତାଙ୍କ ମନ କିଣୁଛି ।

ତେବେ ବୈଦ୍ୟୁତିକ ଗଣମାଧ୍ୟମ ଓ ବୈଦ୍ୟୁତିକ ମନୋରଞ୍ଜନ ତୁଳନାରେ ସବୁଠାରେ ସବୁ ପରିସ୍ଥିତିରେ ସବୁ ସ୍ଥାନରେ ପହଞ୍ଚି ଅଗଣିତ ଶ୍ରୋତାଙ୍କ ବିଶ୍ୱାସ ଭାଜନ ଓ ପ୍ରିୟ ହୋଇପାରିଛି ଏହି ରେଡ଼ିଓ । ଚାଷୀ, ମୂଲିଆ, ଦୈନିକ ମଜୁରିଆ ଶ୍ରେଣୀର ଲୋକଙ୍କ ପାଇଁ ରେଡ଼ିଓ ମନୋରଞ୍ଜନର ଏକ ମୁଖ୍ୟ ମାଧ୍ୟମ । ଆଉ ଏହା ମଧ୍ୟ ପରମ୍ପରା ସହିତ ଯୋଡି ହୋଇରହିଛି । ବିନା ବିଜୁଳିରେ ଚାଲୁଥିବାରୁ ଏହା ବିଭିନ୍ନ ବିପର୍ଯ୍ୟୟ ସମୟରେ ମଧ୍ୟ ଏହାର ଆବଶ୍ୟକତା ଢେର ଅଧିକ ଥାଏ ।

ସେହିପରି ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ନଥିବା ଯୋଗୁଁ ମୋବାଇଲ, ଟିଭି ଫେଲ ମାରୁଥିବା ବେଳେ ରେଡ଼ିଓ କିନ୍ତୁ ସ୍ରୋତଙ୍କ ସହିତ ଯୋଗାଯୋଗ ବଜାୟ ରଖିଛି । ଏବେ କମ୍ୟୁନିଟି ରେଡ଼ିଓର ଚାହିଦା ଆଜିକାଲି ଢେର ବଢିଛି । ବର୍ତ୍ତମାନ ଡିଜିଟାଲ ଯୁଗରେ ମଧ୍ୟ ଯୁବ ପିଢ଼ିର ମୋବାଇଲରେ ଓ ଗୃହିଣୀ ମାନଙ୍କ ଘରେ ଥିବା ଏଲିଡି ଟିଭିରେ ରେଡ଼ିଓ ଶୁଣିବାର ସଉକ ଖୁବ୍ ରହିଛି ।

ତେବେ ସ୍ପାନିଶ୍ ରେଡ଼ିଓ ଏକାଡେମୀର ପ୍ରସ୍ତାବ ଓ ଜାତିସଂଘର ଅନୁମୋଦନ କ୍ରମେ ୨୦୧୨ରୁ ପ୍ରତିବର୍ଷ ଫେବ୍ରୁଆରୀ ୧୩ତାରିଖକୁ ବିଶ୍ଵ ରେଡ଼ିଓ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ପୁରୀ ସମୁଦ୍ର ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ଏକ ସୁନ୍ଦର ବାଲୁକା ଚିତ୍ରକଳା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,