ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମାତ୍ର ୩୦ସେକେଣ୍ଡରେ ପାଟି ଭିତରେ କରୋନା ଭାଇରସ୍‌କୁ ନାଶ କରିବ ମାଉଥ୍ ଓ୍ବାଶ୍ : ଗବେଷଣା

ଓ୍ବାଶିଂଟନ୍ ୧୮।୧୧: ସାଧାରଣ ମାଉଥ୍ ଓ୍ବାଶ୍ ମାତ୍ର ୩୦ ସେକେଣ୍ଡରେ କରୋନା ଭାଇରସ୍ କୁ ନାଶ କରିପାରିବ । କାର୍ଡିଫ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ ଗବେଷଣା ଅନୁସାରେ କିଛି ମାଉଥ୍ ଓ୍ବାଶ୍ ରେ ଏକ ସ୍ବତନ୍ତ୍ର ଉପାଦାନ ରହିଛି ଯାହା ଭାଇରସ୍ ସହ ଲଢିବାର କ୍ଷମତା ରଖୁଥିବା ନେଇ ପ୍ରମାଣିତ ହୋଇଛି । ୟୁନିଭରସିଟିର ପ୍ରଫେସର ଡେଭିଡ୍ ଥମାସଙ୍କ ନେତୃତ୍ବରେ ଏହି ଅନୁସନ୍ଧାନ ଚାଲିଥିବା ଜଣାପଡିଛି । ଅନୁସନ୍ଧାନର ତଥ୍ୟ ଅନୁସାରେ, ସେଟିପାଇରିଡିନିୟମ୍ କ୍ଲୋରାଇଡ୍ ଯେଉଁ ମାଉଥ୍ ଓ୍ବାଶ୍ ରେ ରହିଛି ତାହା କରୋନା ଭାଇରସ୍ ସହ ଲଢିପାରିବ ।

ପ୍ରାୟ ୧୨ ସପ୍ତାହ ଧରି ଚାଲିଥିବା ଟ୍ରାଏଲ ରିପୋର୍ଟର ଏବେ ପିୟର ରିଭ୍ୟୁ କରିବା ବାକି ରହିଛି । ମାତ୍ର ଏହାର ଏକ ସପ୍ତାହ ପୂର୍ବରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଥିଲା ଯେ, ସେଟିପାଇରିଡିନିୟମ୍ କ୍ଲୋରାଇଡ୍ ଆଧାରିତ ମାଉଥ୍ ଓ୍ବାଶ୍ ଦ୍ବାରା କରୋନା ଭାଇରସ୍ ସଂକ୍ରମଣ କମ୍ ହୋଇଥାଏ । ଏଭଳି ପ୍ରାରମ୍ଭିକ ଫଳାଫଳ ପରେ କ୍ଲିନିକାଲ ଟ୍ରାଏଲ କରାଯିବ । ଯେଉଁଥିରେ ଏହା ଦେଖାଯିବ ଯେ, ବଜାରରେ ମିଳୁଥିବା ସାଧାରଣ ମାଉଥ୍ ଓ୍ବାଶ୍ ରେ ମଧ୍ୟ ଲାଳ ଭିତରେ ଥିବା ଭାଇରସ୍ କୁ ନାଶ କରିବାର କ୍ଷମତା ଅଛି କିମ୍ବା ନାହିଁ ।

ଡ. ଥମାସ କହିଛନ୍ତି ଯେ, ଲ୍ୟାବ୍ ରେ ମାଉଥ୍ ଓ୍ବାଶ୍ ଭାଇରସ୍ କୁ ନାଶ କରିଦେଉଛି । ମାତ୍ର ଆମକୁ ଏହା ଦେଖିବାକୁ ପଡିବ ଯେ, ଏହା ରୋଗୀଙ୍କଠାରେ କାମ କରୁଛି କି ନାହିଁ । ସେ କହିଛନ୍ତି ଯେ, ଗବେଷଣାରେ ପ୍ରସାରଣ ସହ ଜଡିତ ପ୍ରଶ୍ନର ଉତ୍ତର ମିଳିବ ନାହିଁ ମାତ୍ର ଏହା ଦେଖାଯିବ କି ଏହାର ପ୍ରଭାବ କେତେ ସମୟ ପର୍ଯ୍ୟନ୍ତ ରହିବ ।

SARS-CoV-2 ର ବାହ୍ୟ ପୃଷ୍ଠ ଲିପିଡ୍ ମେମ୍ବ୍ରେନ୍ ହୋଇଥାଏ । ମାଉଥ୍ ଓ୍ବାଶ୍ ରେ ଥିବା ଏଥାନଲ ଅନ୍ୟ ଭାଇରସ୍ ରେ ଏହି ପୃଷ୍ଠକୁ ଭାଙ୍ଗି ଦେଇଥାଏ । ଏହା ପୂର୍ବରୁ SARS ଏବଂ MERS ବିରୋଧରେ ଆୟୋଡିନଯୁକ୍ତ ମାଉଥ୍ ଓ୍ବାଶ୍ ଲାଭପ୍ରଦ ହେଉଥିବା ଦେଖାଯାଇଛି । ଅନୁସନ୍ଧାନକାରୀ କହିଛନ୍ତି ଏହି ଦିଗରେ ଆହୁରି ଅନେକ କ୍ଲିନିକାଲ ଟ୍ରାଏଲର ଆବଶ୍ୟକତା ରହିଛି । ଏହାର ପରିଣାମ ଆଗାମୀ ବର୍ଷ ଆସିପାରେ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ