ଦେଶ ବିଦେଶ ମନୋରଞ୍ଜନ

ଦୁଃଖ ବଖାଣିଲେ ଅଭିନେତ୍ରୀ ଚାହତ ଖାନ୍ନା, କହିଲେ- କାମ ନମିଳିବା ..ଏକା ପିଲାଙ୍କୁ ସମ୍ଭାଳିବା ବହୁ କଷ୍ଟକର

ନୂଆଦିଲ୍ଳୀ ୧୨।୦୨ : ଗ୍ଲାମର ଦୁନିଆ ଯେତିକି ସୁନ୍ଦର, ସେତିକି ସଂଘର୍ଷମୟ। ବିବାହ ପରେ ବି ଅଭିନେତା ହେଉ କି ଅଭିନେତ୍ରୀ ବେଳେ ଏପରି ସମୟ ଆସେ ପାଖରେ କାମର ଅଭାବ ଦେଖାଯାଏ । ଯେଉଁଥିପାଇଁ ବହୁତ ସଂଘର୍ଷ କରିବାକୁ ପଡିଥାଏ। ସେଭଳି କିଛି ଘଟିଛି ଟେଲି ଅଭିନେତ୍ରୀ ଚାହତ ଖାନ୍ନାଙ୍କ ସହ। ସେ ନିଜର ଚରିତ୍ର ତଥା ଗୁରୁତ୍ବପୂର୍ଣ୍ଣ ଭୂମିକା ଯୋଗୁ ବେଶ ଲୋକପ୍ରିୟ ହୋଇଥିଲେ। ଧାରାବାହିକ ‘ବଡେ ଅଚ୍ଛେ ଲଗତେ ହୈ’, ‘କବୁଲ ହୈ’ରେ ତାଙ୍କ ଅଭିନୟକୁ ନେଇ ବାରି ହୋଇ ପଡ଼ୁଥିଲା। ହେଲେ ଏବେ କିନ୍ତୁ ପୁରା ଓଲଟା। କାମ ଖୋଜୁଥିଲେ ହେ ତାଙ୍କ ହାତରେ ଗୋଟିଏ ସୁଯୋଗ ନାହିଁ। କି ଗୋଟିଏ ହେଲେ କାମ ନାହିଁ ।

ଦୁଇ ଥର ବିବାହ କରି ବିଫଳ ହୋଇଛନ୍ତି ଚାହତ। ୨୦୦୬ରେ ସେ ପ୍ରଥମେ ଭରତ ନରସିଙ୍ଘାନିଙ୍କୁ ବିବାହ କରିଥିଲେ। ସେତେବେଳକୁ ତାଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲା। ଘରୋଇ ହିଂସା ଯୋଗୁ ଉଭୟଙ୍କର ଛାଡପତ୍ର ହୋଇଥିଲା । ଛାଡ଼ପତ୍ର। ପରେ ଚାହତ ଫରହାନ ମିର୍ଜାଙ୍କୂ ୨୦୧୩ରେ ଦ୍ୱିତୀୟ ବିବାହ କରିଥିଲେ। ବିବାହର ୫ ବର୍ଷ ପରେ ଶାରିରିକ ଏବଂ ମାନସିକ ଅତ୍ୟାଚାର ଅଭିଯୋଗ କରି ଚାହତ ଅଲଗା ହୋଇଯାଇଥିଲେ। ହେଲେ ଦ୍ୱିତୀୟ ବିବାହରୁ ତାଙ୍କର ଦୁଇଟି ଝିଅ ରହିଛି। ବର୍ତ୍ତମାନ ସେମାନଙ୍କର ଲାଳନପାଳନ ଅଭିନେତ୍ରୀ । ଯାହା ତଙ୍କ ପାଇଁ ବହୁତ କଷ୍ଟକର ହେଉଛି।

ପିଲାଙ୍କ ପାଇଁ କାମ କରିବାକୁ ଚାହୁଁଥିଲେ ମଧ୍ୟ ଚାହତଙ୍କ ପାଖରେ କାମ ନାହିଁ। ଗତବର୍ଷ ସେ ସୋସିଆଲ ମିଡିଆରେ ଏହା କହିଥିଲେ। ପରେ ତାଙ୍କୁ କିଛି ମ୍ୟୁଜିକ୍‌ ଭିଡିଓରେ ଦେଖିବାକୁ ମିଳିଥିଲା। ହେଲେ ସନ୍ତୁଷ୍ଟ ହେବା ପରି କାମ ଏଯାଏ ତାଙ୍କୁ ମିଳି ନାହିଁ। ଏହି ସବୁକୁ ନେଇ ସେ ବହୁତ ଚିନ୍ତାରେ ଅଛନ୍ତି । ବିବାହ ଏବଂ ମା’ ହେବା ପରେ ବହୁତ କିଛି ବଦଳିଯାଏ। କିନ୍ତୁ ତାଙ୍କ ସମୟ ବହୁ କଷ୍ଟକର ହୋଇପଡିଛି । ବିଶେଷକରି ବୃତ୍ତିଗତ ଜୀବନରେ ଅନେକ ସଂଘର୍ଷମୟ ରାସ୍ତା ଦେଇ ଗତି କରୁଛି ବୋଲି କହିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ