ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଅନାବରଣ ହୋଇଛି ଅଭିନେତା ମିହିର ଦାସଙ୍କ ପ୍ରତିମୂର୍ତ୍ତି, ଉନ୍ମୋଚନ କଲେ ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ

କଟକ ୧୧/୦୨: ଉନ୍ମୋଚିତ ହୋଇଛି “ମାଟିର ମଣିଷ” ମିହିର ଦାସଙ୍କ ପ୍ରତିମୂର୍ତ୍ତି । କଟକ ଶିଳ୍ପୀ କୁମ୍ଭାର ସାହିର କୁମ୍ଭକାର ମାନେ ଅଭିନେତା ମିହିର ଦାସଙ୍କର ସାତ ଫୁଟର ଏହି ପ୍ରତିମୂର୍ତ୍ତି ତିଆରି କରିଛନ୍ତି । ଆଜି ଶିଳ୍ପୀ କୁମ୍ଭାର ସାହିରେ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ “ମାଟିର ମଣିଷ”କୁ ଉନ୍ମୋଚନ କରିଛନ୍ତି ।

ମୂର୍ତ୍ତି କାରିଗର ମାନଙ୍କର ଶ୍ରଦ୍ଧାଞ୍ଜଳିର ଏଭଳି ନିଆରା ପ୍ରୟାସକୁ ଫିଲ୍ମ ଜଗତର ଵରଷ୍ଠ ଓ ଵିଶିଷ୍ଠ କଳାକାର ମାନେ ଵେଶ୍ ପ୍ରଶଂସା କରିଛନ୍ତି । କାରଣ ଶିଳ୍ପୀ କୁମ୍ଭାର ସାହିର କାରିଗର ମାନଙ୍କ ସହ ମିହିର ଦାସଙ୍କର ସମ୍ପର୍କ ଥିଲା ନିଆରା । ମିହିର କୁମ୍ଭକାର ମାନଙ୍କ ଉପରେ ‘ମାଟିର ଵନ୍ଧନ’ ନାଁରେ ଏକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେହି ଚଳଚ୍ଚିତ୍ରରେ କୁମ୍ଭାର ସାହିର କିଛି ଯୁଵ କୁମ୍ଭକାର ମଧ୍ୟ ଅଭିନୟ କରିଥିଲେ ।

ସେଵେଠୁ ମିହିରଙ୍କର ଶିଳ୍ପୀ କୁମ୍ଭାର ସାହି ସହ ଏକ ସମ୍ପର୍କ ଗଢିଉଠିଥିଲା । ସେପଟେ ମିହିର ଦାସଙ୍କ ଏହି ପ୍ରତିମୂର୍ତ୍ତି ସହ ଚଳଚ୍ଚିତ୍ର ଜଗତର ଦିଵଙ୍ଗତ ଵିଶିଷ୍ଠ କଳାକାର ମାନଙ୍କର ଏହି ଭଳି ପ୍ରତିମୂର୍ତ୍ତି ତିଆରି କରି ସେଗୁଡିକୁ କଳିଙ୍ଗ ଷ୍ଟୁଡିଓରେ ରଖିବା ପାଇଁ ଆଲୋଚନା ଚାଲିଛି ଵୋଲି କହିଛନ୍ତି କୁନା ତ୍ରିପାଠୀ । ଆଜି ମିହିର ଦାସଙ୍କର ୬୩ତମ ଜନ୍ମଦିନରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ