ଦେଶ ବିଦେଶ ମନୋରଞ୍ଜନ

ଭାଲେଣ୍ଟାଇନ ଓ୍ୱିକ ଅବସରରେ ଦର୍ଶକଙ୍କୁ ଭେଟି, ରିଲିଜ ଅପେକ୍ଷାରେ “ଆଙ୍କି ଯାଏ ତୁମ ଛବି ମନ ଆଇନାରେ”

ଭୁବନେଶ୍ୱର ୧୧/୦୨: ଭାଲେଣ୍ଟାଇନ ଡେରେ ଓଲିଉଡ ଟାଇମସ୍ ୟୁଟୁବ ଚ୍ୟାନେଲରେ ମୁକ୍ତିଲାଭ କରିବାକୁ ଯାଉଛି ରାଜେଶ ରଞ୍ଜନ ଫିଲ୍ମସ୍ ନିବେଦିତ “ଆଙ୍କି ଯାଏ ତୁମ ଛବି ମନ ଆଇନାରେ” । ଓଡ଼ିଆ ସିନେ ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ଅଭିନେତା ତୁଷାର କେ ସିହ୍ନା ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବେଳେ ଗୀତ ରଚନା କରିଛନ୍ତି ଆମେରିକାରେ ଥିବା ଓଡ଼ିଆ ଲେଖିକା ମନୋରମା ଚୌଧୁରୀ, କଣ୍ଠଶିଳ୍ପୀ ସୁସ୍ମିତା ଦାସ ଗୀତ ଟିକୁ ଗାଇଥିବା ବେଳେ ସଙ୍ଗୀତଜ୍ଞ ଓମ୍ ପ୍ରକାଶ ମହାନ୍ତି ସ୍ୱର ସଂଯୋଜନା କରିଛନ୍ତି ।

୨୦୧୯ ଫେବ୍ରୁୟାରୀ ୧୪ ରେ ଜାମୁ ଓ କାଶ୍ମୀର ର ପୁଲୱାମା ଆଟାକ୍ ରେ ପ୍ରାଣ ହରାଇଥିବା ଜଣେ ସହିଦ୍ ଓ ତାଙ୍କ ପତ୍ନୀଙ୍କର ନିଛକ ପ୍ରେମ କାହାଣୀକୁ ନେଇ ଭିଡିଓଟି ପ୍ରସ୍ତୁତ ହୋଇଛି । ଗୀତଟିର କାହାଣୀ, ପ୍ରଯୋଜନା ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରାଜେଶ ରଞ୍ଜନ ମହାନ୍ତି, ଧୀରେନ୍ ସାହୁ ଚିତ୍ରୋତ୍ତଳନ କରିଥିବାବେଳେ ଅନିଲ ଲିମା ଓ ପୂର୍ଣ୍ଣ ଚନ୍ଦ୍ର ସହଯୋଗୀ ଭାବେ କାର୍ଯ୍ୟ କରିଛନ୍ତି । ପୋଷାକରେ ଫ୍ୟାଶନ ଡିଜାଇନର ଶାରଦା ମିଶ୍ର ଓ ମେକ୍ଅପ୍ ରେ ସୁରେନ୍ଦ୍ର ପାତ୍ର ସହଯୋଗ କରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ