ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଫାଇଜର୍‌ ଓ ମଡର୍ଣ୍ଣା ପରେ ଏବେ ସିନୋଭାକ୍ ଟିକାରେ ଦେଖିବାକୁ ମିଳୁଛି ସୁଫଳ

ନୂଆଦିଲ୍ଳୀ: ଫାଇଜର୍‌ ଓ ମଡର୍ଣ୍ଣା ଟିକା ପରେ ଏବେ ସିନୋଭାକ୍‌ ବାୟୋଟେକ୍‌ ଦ୍ବାରା ବିକଶିତ ଚୀନୀ ଟିକାରେ ମଧ୍ୟ କରୋନା ଭାଇରସ ବିରୋଧରେ ଲଢ଼ିବାର କ୍ଷମତା ଦେଖିବାକୁ ମିଳିଛି। ବ୍ରାଜିଲରେ ଚାଲିଥିବା କ୍ଲିନିକାଲ୍ ପରୀକ୍ଷଣରେ ସ୍ୱେଚ୍ଛାସେବୀମାନଙ୍କ ଉପରେ ଏହି ଟିକାର ସୁଫଳ ଦେଖା ଦେଇଛି। ଫାଇଜର୍‌ ଓ ମଡର୍ଣ୍ଣା ଟିକା ପ୍ରାୟ ୯୦ ପ୍ରତିଶତ ସଫଳ ହୋଇଛି ବୋଲି କମ୍ପାନି ପକ୍ଷରୁ ଦାବି ହେବା ପରେ ପରେ ଏହି ଟିକା ମଧ୍ୟ ଏବେ ସେହି ଦୌଡ଼ରେ ସାମିଲ୍‌ ହୋଇଛି।

ଆମେ ଜାଣନ୍ତି ଯେ ଫାଇଜର୍‌ ଟିକା ପାଇଁ ଅତ୍ୟଧିକ ଥଣ୍ଡା ସ୍ଥାନର ଆବଶ୍ୟକତା ରହିଥିବା କାରଣରୁ ଏହି ଟିକାଟି ଆମ ଦେଶ ପାଇଁ ସେତେଟା ଉପଯୁକ୍ତ ସାବ୍ୟସ୍ତ ହେବ ନାହିଁ ବୋଲି ଆଶଙ୍କା ରହିଛି। ମାତ୍ର ସେ ଦୃଷ୍ଟିରୁ ସିନୋଭାକ୍ ଉନ୍ନତ। ତେବେ ସିନୋଭାକ୍‌ରେ ସେତେଟା ଆଣ୍ଟିବଡି ସୃଷ୍ଟି କ୍ଷମତା ନାହିଁ ବୋଲି ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, କୋଭିଡ ଟିକା ପ୍ରସ୍ତୁତି କ୍ଷେତ୍ରରେ ସଫଳତା ଦାବି କରିଥିବା ଆମେରିକୀୟ ଔଷଧ କମ୍ପାନି ‘ଫାଇଜର୍’ର ଟିକାରେ ଥିବା କେତେକ ତ୍ରୁଟି ସାମନାକୁ ଆସିଛି । ପରୀକ୍ଷଣ ବେଳେ ଏହି ଟିକା ଦିଆଯାଇଥିବା ସ୍ବେଚ୍ଛାସେବୀମାନଙ୍କ ଶରୀରରେ ମୁଣ୍ଡବିନ୍ଧା ହେବା, ମୁଣ୍ଡ ଓଜନିଆ ଲାଗିବା, ମାଂସପେଶୀ ଦରଜ ହେବା ଓ ଜ୍ବର ଆଦି ଦେଖାଯାଉଛି । କରୋନା ଟିକା ବାହାର କରିବା ଦିଗରେ ବାୟୋଟେକ୍‌ନୋଲୋଜି କମ୍ପାନି ମଡର୍ଣ୍ଣା ମଧ୍ୟ ସଫଳତା ଆଡକୁ ଅଗ୍ରସର ହେଉଛି ବୋଲି ବି ପୂର୍ବରୁ ତଥ୍ୟ ପ୍ରକାଶ ପାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ