ମନୋରଞ୍ଜନ ରାଜ୍ୟ

ପ୍ରଥମ ଥର ପାଇଁ ‘ମାୟାବୀ’ରେ ନଜର ଆସିବେ ଅମ୍ଳାନ୍‌-ଭୂମିକା

‘ଚକ୍ଷୁବନ୍ଧନ’ର ସଫଳତା ପରେ ଅନିଶ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ରଜପର୍ବ ଉପଲକ୍ଷେ ପ୍ରସ୍ତୁତ କରୁଛି ଚଳଚ୍ଚିତ୍ର ‘ମାୟାବୀ’l ଏଥିରେ ପ୍ରଥମ ଥର ପାଇଁ ଅଭିନେତା ଅମ୍ଳାନ ଓ ଅଭିନେତ୍ରୀ ଭୂମିକା ପରସ୍ପର ବିପକ୍ଷର ନାୟକ ଓ ନାୟିକା ସାଜିଛନ୍ତି। ଆମେ ଯାହା ଦେଖୁ ସେ ସବୁ ଯେ ସତ ତାହା ନୁହେଁ ଏଥିରେ କିଛି ମଧୁର ମିଛ ମଧ୍ୟ ଥାଏ। ତୋ ସତ ଆଉ ମୋ ସତ ଲଢ଼େଇ ଭିତରେ ପ୍ରକୃତ ସତଟି ହଜିଯାଏ। ରଙ୍ଗ ଦେଇ କହିବାକୁ ଯାଇ ଆମେ ସତକୁ ଏତେ ମାତ୍ରାରେ ବଦଳେଇଦେଉ ଯେ ତାହା ଗୁଜବ ପାଲଟିଯାଏ। ସମ୍ପର୍କ, ସିଦ୍ଧାନ୍ତ ଆଉ ମାନବିକ ଭାବ ପ୍ରବଣତାକୁ ଆଧାର କରି ପ୍ରକୃତ ସତ ପାଖରେ ପହଞ୍ଚି ସତ୍ୟର ସ୍ୱରୂପକୁ ଖୋଜି ପାଇବାର ଏକ ରହସ୍ୟ ଘେରା ରୋମାଞ୍ଚକ କାହାଣୀକୁ ନେଇ ଦର୍ଶକଙ୍କ ଆଗକୁ ଆସୁଥିବା ଏହି ଚଳଚ୍ଚିତ୍ରର ପ୍ରଯୋଜକ ହେଉଛନ୍ତି ତପନ କୁମାର ଦାଶ ଏବଂ ଏହାର ନିର୍ଦେଶନା ଦେଉଛନ୍ତି ସୁଧାଂଶୁ ମୋହନ ସାହୁ। ଏଇ ଚଳଚ୍ଚିତ୍ରରେ ଅନ୍ୟମାନଙ୍କ ମଧ୍ୟରେ ଆରଲିନ୍ ଅଙ୍କିତା, ସ୍ନେହା, ଆଶୁତୋଷ, ଚକ୍ରଧର, ପ୍ରଶାନ୍ତ ପାତ୍ର, ଆଲିଭିୟା, କୁନାଲ୍ ପ୍ରମୁଖ ଭୂମିକାରେ ଅଛନ୍ତି। ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଯଜ୍ଞ ଦାସ, ଚିତ୍ରୋତ୍ତଳନରେ ଧୃବାନନ୍ଦ ପଣ୍ଡା (ଲିଟୁ), କ୍ରିଏଟିଭ୍‌ ହେଡ‌୍‌ ପ୍ରଣୟ ଜେଠୀ ଏବଂ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଦିଲୀପ ବଳବନ୍ତରାୟ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ