ଖେଳ ଦେଶ ବିଦେଶ

ଭାରତ-ଇଣ୍ଡିଜ ଦ୍ୱିତୀୟ ଦିନିକିଆ, ସିରିଜ୍ ବିଜୟ ଲକ୍ଷ୍ୟରେ ମେନ୍‌ ଇନ୍‌ ବ୍ଲୁ

ନୂଆଦିଲ୍ଲୀ ୦୯।୦୨: ବୁଧବାର ଭାରତ-ଇଣ୍ଡିଜ୍ ଦ୍ବିତୀୟ ଦିନିକିଆ । ପ୍ରଥମ ମ୍ୟାଚ୍ ଜିତି ଭାରତ ୧-୦ରେ ଆଗୁଆ ରହିଛି । ଦଳ ଦ୍ୱିତୀୟ ଦିନିକିଆ ଜିତି ସିରିଜ୍ ବିଜୟ ଲକ୍ଷ୍ୟରେ ରହିବ । ସେହିପରି ଇଣ୍ଡିଜ ମଧ୍ୟ ମ୍ୟାଚ୍ ଜିତି ସିରିଜକୁ ଫେରିବା ପାଇଁ ପ୍ରୟାସ କରିବ ।

ଖବର ଅନୁଯାୟୀ, ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜିତି ଟିମ୍‌ ଇଣ୍ଡିଆ ବୁଧବାର ଖେଳାଯିବାକୁ ଥିବା ଦ୍ବିତୀୟ ମୁକାବିଲାରେ ବିଜୟୀ ହେଲେ ଶୃଙ୍ଖଳାକୁ ୨-୦ରେ କବ୍‌ଜା କରିବ ଭାରତ। ଯଦି ଇଣ୍ଡିଜ୍ ଆଜିର ମ୍ୟାଚ୍‌ ଜିତିଯାଏ, ତେବେ ଶୃଙ୍ଖଳା ୧-୧ ସ୍ତରକୁ ଆସିବା ସହ ଶନିବାର ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ମ୍ୟାଚ୍ ଶୃଙ୍ଖଳା ନିର୍ଣ୍ଣାୟକ ହେବ।

ମ୍ୟାଚ୍ ଜିତି ଶୃଙ୍ଖଳା ବଞ୍ଚାଇବାକୁ ହେଲେ ଇଣ୍ଡିଜ୍ ବ୍ୟାଟସମ୍ୟାନଙ୍କୁ ଦକ୍ଷତା ପ୍ରଦର୍ଶନ ଦେବାକୁ ପଡ଼ିବ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାକୁ ୦-୩ରେ ହାରିବା ପରେ ଏହି ସିରିଜ୍‌ ବିଜୟର ଟାର୍ଗେଟ ରଖି ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ପ୍ରଥମ ଦିନିକିଆ ଖେଳିଥିବା ଏକାଦଶକୁ ୱେଷ୍ଟଇଣ୍ଡିଜ୍ ଆଉ ଏକ ସୁଯୋଗ ଦେଇପାରେ।

ସେହିପରି ଦ୍ୱିତୀୟ ଦିନିକିଆରେ ଇଣ୍ଡିଆ ଟିମ୍‌ରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା କମ୍ ରହିଛି । ଶିଖର ଧାଓ୍ୱନ କରୋନାରେ ସଂକ୍ରମିତ ହୋଇଥିବାରୁ ଇଷାନ କିଶନ ଓ ରୋହିତ ଶର୍ମା ଓପନିଂ ପାଇଁ ଓହ୍ଲାଇ ପାରନ୍ତି । ସେହିପରି ବୋଲିଂ ବିଭାଗରେ ଦଳ ସେତେଟା ପରିବର୍ତ୍ତନ କରିନପାରେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ