ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଭାରତକୁ ୪.୬ ବିଲିୟନ ଡଲାର ଲୋନ୍ ଦେଇଛି ଏଡିବି, ଟିକା କିଣିବାକୁ ମିଳିଛି ସବୁଠୁ ବେଶୀ ଅର୍ଥ

ନୂଆଦିଲ୍ଲୀ,୦୭/୦୨: ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ୨୦୨୧ରେ ଭାରତକୁ ୪.୬ ବିଲିୟନ ଡଲାରର ଋଣ ପ୍ରଦାନ କରିଛି । କରୋନା ଭାଇରସ ଲଢ଼େଇ ଲାଗି ଏହା ମଧ୍ୟରେ ୧.୮ ବିଲିୟନ ଡଲାରର ଋଣ ସାମିଲ ରହିଛି ।

ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଟିକା କ୍ରୟ ଲାଗି ୧.୫ ବିଲିୟନ ଡଲାର, ସହାରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଲାଗି ୩୦୦ ନିୟୁତ ଡଲାରର ଋଣ ଭାରତକୁ ପ୍ରଦାନ କରାଯାଇଛି । ଏହା ଭବିଷ୍ୟତର ମହାମାରୀକୁ ସାମ୍ନା କରିବା ଦିଗରେ ସହାୟକ ହେବ ବୋଲି ବ୍ୟାଙ୍କ ଆଶା ପ୍ରକଟ କରିଛି । ଦେଶର ପରିବହନ କ୍ଷେତ୍ର ବିକାଶ, ସହରାଞ୍ଚଳ ବିକାଶ, ଅର୍ଥ, କୃଷି ଏବଂ ଦକ୍ଷତା ବିକାଶ ଲାଗି ବ୍ୟାଙ୍କ ନିରନ୍ତର ଭିତ୍ତିରେ ସହାୟତା ଯୋଗାଇ ଦେଉଛି ।

ଏଡିବିର କଣ୍ଟ୍ରି ଡାଇରେକ୍ଟର ଟାକେଓ କୋନିସି କହିଛନ୍ତି ଯେ, କୋଭିଡ-୧୯ ମୁକାବିଲା ସହ ଭାରତ ସରକାର ଗ୍ରହଣ କରୁଥିବା ଅନ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଲାଗି ସହାୟତା ଯୋଗାଣ ଧାରା ଜାରି ରହିଛି । ବିଶେଷ କରି ସହରାଞ୍ଚଳ ପରିଚାଳନା, ଶିଳ୍ପ କ୍ଷେତ୍ରକୁ ପ୍ରତିଦ୍ୱନ୍ଦୀ କରି ଗଢ଼ି ତୋଳିବା, ନିଯୁକ୍ତି ସୃଷ୍ଟି, ସଂଯୋଗୀକରଣ ବ୍ୟବସ୍ଥାରେ ଉନ୍ନତି ଏବଂ ଦକ୍ଷତା ବିକାଶ ଭଳି ବିଭିନ୍ନ ଫୋକସ କ୍ଷେତ୍ରକୁ ଋଣ ଯୋଗାଣ ତ୍ୱରାନ୍ୱିତ କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ