ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଉତ୍ତରାଖଣ୍ଡର ‘ବ୍ରାଣ୍ଡ୍‌ ଆମ୍ବାସାଡର୍‌’ ଭାବେ କାର୍ଯ୍ୟ କରିବାକୁ ଅକ୍ଷୟ କୁମାର ରାଜି: ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ‘ବ୍ରାଣ୍ଡ୍‌ ଆମ୍ବାସାଡର୍‌’ ଭାବେ କାର୍ଯ୍ୟ କରିବାକୁ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ରାଜି ହୋଇଥିବା କଥା ଆଜି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି।

ଡେରାଡୁନ୍‌ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆଜି ଅଭିନେତା ଅକ୍ଷୟ କୁମାର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଭେଟିଥିଲେ। ଉଭୟଙ୍କ ସାକ୍ଷାତ୍‌ପରେ ଧାମୀ କହିଥିଲେ କି, ସେ ଉତ୍ତରାଖଣ୍ଡର ‘ବ୍ରାଣ୍ଡ୍‌ ଆମ୍ବାସାଡର୍‌’ ଭାବେ କାମ କରିବାକୁ ରାଜି ହୋଇଛନ୍ତି।

ସେ କହିଛନ୍ତି, ଆମେ ତାଙ୍କୁ ପ୍ରସ୍ତାବ ଦେଇଥିଲୁ। ସେ ତାହା ଗ୍ରହଣ କରିଛନ୍ତି। ସେ ଉତ୍ତରାଖଣ୍ଡର ‘ବ୍ରାଣ୍ଡ୍ ଆମ୍ବାସାଡର୍‌’ ଭାବେ କାର୍ଯ୍ୟ କରିବେ। ଏଥିସହ ସେ ଅକ୍ଷୟ କୁମାରଙ୍କୁ ଗୋଟାଏ ଟୋପି ଉପହାର ଦେଇଥିଲେ।

ଏ ସଂକ୍ରାନ୍ତରେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଧାମୀ ଲେଖିଛନ୍ତି, ଆଜି ପ୍ରଖ୍ୟାତ ଅଭିନେତା, ଯୁବବର୍ଗଙ୍କ ପ୍ରେରଣାସ୍ରୋତ ଏବଂ ମୋର ମିତ୍ର ଅକ୍ଷୟ କୁମାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସ୍ବାଗତ କରିବା ସହ ଅଭିନନ୍ଦନ ଜଣାଇଲି।

ଯୁବବର୍ଗଙ୍କୁ ପ୍ରେରଣା ଦେବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକୁ ସେ ପ୍ରଶଂସା କରିବା ସହ ଯଥା ସମ୍ଭବ ସବୁ ପ୍ରକାର ସହଯୋଗ କରିବେ ବୋଲି ଆଶ୍ବାସନା ଦେଇଛନ୍ତି।

କଥାବର୍ତ୍ତା ବେଳେ ଅକ୍ଷୟ କୁମାର ଆଗାମୀ ବିଧାନସଭା ନିର୍ବାଚନରେ ଧାମୀଙ୍କ ସୌଭାଗ୍ୟ କାମନା କରିଛନ୍ତି।

ସୂଚନାଯୋଗ୍ୟ, ଚଳଚ୍ଚିତ୍ର ‘ରାମ ସେତୁ’ ସୁଟିଙ୍ଗ୍‌ ନିମନ୍ତେ ସମ୍ପ୍ରତି ଅକ୍ଷୟ କୁମାର ପାହାଡୀ ରାଜ୍ୟ ଉତ୍ତରାଖଣ୍ଡରେ ଅବସ୍ଥାନ କରୁଛନ୍ତି। ଆଜି ସକାଳେ ଅକ୍ଷୟ କୁମାର ସେ ଅଞ୍ଚଳର ଗୋଟାଏ ଛୋଟ ଭିଡିଓ କ୍ଲିପ୍‌ ମଧ୍ୟ ଟୁଇଟର୍‌ରେ ସେୟାର୍‌ କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ