ରାଜ୍ୟ ସ୍ୱାସ୍ଥ୍ୟ

ଦ୍ରୁତ ଗତିରେ ଖସୁଛି ସଂକ୍ରମଣ, ପିକ୍‌ ସମୟରେ ଅଧିକ ହସ୍ପିଟାଲାଇଜେସନ୍‌ ହୁଏ- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ୦୬।୦୨: ଦୈନିକ ଟେଷ୍ଟି ୬୦ ରୁ ୬୨ ହଜାର ରହୁଛି। କିନ୍ତୁ ଏତେ ଶୀଘ୍ର ସଂକ୍ରମଣ ହ୍ରାସ ପାଇବ ବୋଲି ଆଶା କରାଯାଉନଥିଲା। କିନ୍ତୁ ବର୍ତ୍ତମାନ ଦ୍ରୁତ ଗତିରେ ହ୍ରାସ ପାଉଛି ସଂକ୍ରମଣ। ଯେଉଁଭଳି ଭାବେ ସଂକ୍ରମଣ କମୁଛି । ତାହା ଖୁବ୍ ଶୀଘ୍ର ଗ୍ରହଣୀୟ ଅବସ୍ଥାକୁ ଫେରିବ । ସଂକ୍ରମଣ ସମ୍ପୂର୍ଣ୍ଣ କମିଲା ବୋଲି କହି ପାରିବନାହିଁ। କୌଣସି ମହାମାରୀ ଶେଷ ହୁଏନି। ପ୍ୟାଣ୍ଡେମିକ ଧୀରେ ଧୀରେ ଏଣ୍ଡେ ମିକ ହୁଏ। ବର୍ତ୍ତମାନ ଆମେ ଭଲ ସ୍ଥିତିରେ ଅଛୁ। ଭଲ ସ୍ଥିତିକୁ ବି ଫେରୁଛୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେପଟେ ରାଜ୍ୟରେ କୋଭିଡ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, କୋଭିଡ ପିକ ସମୟରେ ଅଧିକ ହସ୍ପିଟାଲାଇଜେସନ ହୋଇଛି। ସେ ଦୃଷ୍ଟିରୁ ମୃତ୍ୟୁ ସଂଖ୍ୟା ବି ବଢୁଛି। ଭେଣ୍ଟିଲେଟରରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ସମ୍ଭାବନା ରହୁଛି।

ସେହିପରି ଆଇସିୟୁ ରେ ଥିବା ରୋଗୀଙ୍କ ମଧ୍ୟରୁ ୨୦-୩୦ ପ୍ରତିଶତ ରୋଗୀଙ୍କ ଅବସ୍ଥା ଖରାପ ଅବସ୍ଥାକୁ ଯାଇଥାଏ। ଏହା ସହ ଅନ୍ୟ ଦୁରାରୋଗ୍ୟରେ ପୀଡିତ ଯୋଗୁଁ ବି ଅଧିକାଂଶ ଆକ୍ରାନ୍ତଙ୍କ ମୃତ୍ୟ ହେଉଛି। ଅନ୍ୟ ରୋଗରେ ପୀଡିତ ଥାଇ ବି ପଜିଟିଭ ହେବାର ୩୦ ଦିନ ମଧ୍ୟରେ ମୃତ୍ୟୁ ହେଲେ କୋଭିଡ ମୃତ୍ୟୁ ବୋଲି ଗଣାଯାଉଛି। ବର୍ତ୍ତମାନ ସାଧାରଣ ବେଡ଼ରେ ୫୩୨ ଜଣ ,ଆଇସିୟୁ ରେ ୪୭୩ ଜଣ ଓ ୮୫ ଜଣ ଭେଣ୍ଟିଲେଟର ରେ ଅଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ