ମନୋରଞ୍ଜନ ରାଜ୍ୟ

“ମାୟାବୀ”ର ଶୁଭ ମହୁରତ, ଏକାଠି ନଜର ଆସିବେ ଭୂମିକା ଓ ଅମ୍ଲାନ୍

ଭୁବନେଶ୍ୱର ୦୬।୦୨ : ପରଦାକୁ ଆସୁଛି “ମାୟାବୀ” । ଚଳଚ୍ଚିତ୍ର” ଚକ୍ଷୁବନ୍ଧନ”ର ସଫଳତା ପରେ ଅନିଶ ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ କରୁଛନ୍ତି ଚଳଚ୍ଚିତ୍ର “ମାୟାବୀ” l ରଜ ବଜାରକୁ ଟାର୍ଗେଟ ରଖି ଏହି ଫିଲ୍ମ ନିର୍ମାଣ କରାଯାଉଛି । ପ୍ରଥମ ଥର ପାଇଁ ଅଭିନେତା ଅମ୍ଳାନ ଓ ଭୂମିକା ଯୋଡି ଏହି ଫିଲ୍ମରେ ଅଭିନୟ କରିବେ ।

ତେବେ ଆମେ ଯାହା ଦେଖୁ ସବୁ ଯେ ସତ ଏହା ଏକ ମଧୁର ମିଛ l ଯିଏ ଯାହା ଦେଖେଇବାକୁ ଚାହେଁ ସେ ଦାବି କରେ ଯେ ତା କଥାଟା ହିଁ ସତ l ତୋ ସତ ଆଉ ମୋ ସତ ଲଢେଇ ଭିତରେ ପ୍ରକୃତ ସତ ହଜିଯାଏ l ରଙ୍ଗ ପୁଟ ଦେଇ କହିବାକୁ ଯାଇ ଆମେ ସତକୁ ଏତେ ବଦଳେଇ ଦଉ ଯେ ତାହା ଗୁଜବ ପାଲଟି ଯାଏ l ସମ୍ପର୍କ, ସିଦ୍ଧାନ୍ତ ଆଉ ମାନବିକ ଭାବ ପ୍ରବଣତାକୁ ଆଧାର କରି ପ୍ରକୃତ ସତ ପାଖରେ ପହଁଚି ସତ୍ୟର ସ୍ୱରୂପକୁ ଖୋଜି ପାଇବାର ଏକ ରହସ୍ୟ ଘେରା ରୋମାଞ୍ଚକର କାହାଣୀକୁ ନେଇ ଦର୍ଶକଙ୍କ ଆଗକୁ ଆସୁଥିବା ଏହି ଚଳଚ୍ଚିତ୍ରର ପ୍ରଯୋଜକ ତପନ କୁମାର ଦାଶ ଥିବା ବେଳେ ନିର୍ଦ୍ଦେଶକ ଅଛନ୍ତି ସୁଧାଂଶୁ ମୋହନ ସାହୁ l

ସେହିପରି ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଅମ୍ଳାନ ଓ ଭୂମିକାଙ୍କ ଯୋଡିକୁ ଦେଖିବାକୁ ମିଳିବ । ଅନ୍ୟମାନଙ୍କ ମଧ୍ୟରେ ଆରଲିନ୍ ଅଙ୍କିତା, ସ୍ନେହା(କୋଲକାତା), ଆଶୁତୋଷ, ଚକ୍ରଧର, ପ୍ରଶାନ୍ତ ପାତ୍ର, ଆଲିଭିୟା, କୁନାଲ୍ ପ୍ରମୁଖ ରହିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଯଜ୍ଞ ଦାସ ରହିଥିବା ବେଳେ ଚିତ୍ରୋତ୍ତଳନ ଦାୟିତ୍ୱରେ ଧୃବାନନ୍ଦ ପଣ୍ଡା (ଲିଟୁ) ଓ କ୍ରିଏଟିଭ ହେଡ‌ ଅଛନ୍ତି ପ୍ରଣୟ ଜେଠୀ । କାର୍ଯ୍ୟକାରୀ ପ୍ରଯୋଜକ ଦିଲ୍ଲିପ ବଳବନ୍ତରାୟ ଅଛନ୍ତି। ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଯୋଗଦେଇ ମହୁରତ କ୍ଲାପ ଦେଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ