ଦେଶ ବିଦେଶ ମନୋରଞ୍ଜନ

ରାଜା ହିନ୍ଦୁସ୍ତାନୀ ଚୁମ୍ବନ ଦୃଶ୍ୟ ପାଇଁ ଲାଗିଥିଲା ୩ଦିନ

ଅମିର ଖାନ୍‌ ଓ କରିସ୍ମା କପୁରଙ୍କ ଫିଲ୍ମ ରାଜା ହିନ୍ଦୁସ୍ତାନୀ ମୁକ୍ତିଲାଭକୁ ୨୪ବର୍ଷ ବିତିଛି। ଏହି ଅବସରରେ ନିର୍ଦ୍ଦେଶକ ଧର୍ମେଶ ଫିଲ୍ମର ଚୁମ୍ବନ ଦୃଶ୍ୟ ସହ ଯୋଡ଼ି ହୋଇଥିବା ଏକ କଥା ବୟାନ କରିଛନ୍ତି। ସେତେବେଳେ ଏହି ଚଳଚ୍ଚିତ୍ରର ଚୁମ୍ବନ ଦୃଶ୍ୟକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା।

ଧର୍ମେଶ କହିଛନ୍ତି, ଏହି ଫିଲ୍ମ ୩ ଘଣ୍ଟା ୨୦ ମିନିଟ୍‌ ଅବଧିର ଥିଲେ ହେଁ ଏଥିରୁ ୨୦ ମିନିଟ୍‌ କାଟି ଦିଆଯାଇଥିଲା। କରିସ୍ମା ଏହି ଚୁମ୍ବନ ଦୃଶ୍ୟ ବାବଦରେ ମତ ରଖି କହିଥିଲେ, ଏହା ସେତେବେଳ ତାଙ୍କ ପାଇଁ ଆହ୍ବାନମୂଳକ ନିଷ୍ପତ୍ତି ଥିଲା। ଏହି ଚୁମ୍ବନ ଦୃଶ୍ୟ ଆଜି ବି ଦର୍ଶକଙ୍କ ହୃଦୟରେ ରହିଛି। ମାତ୍ର ଏହା କରିବା ପାଇଁ ମୋ ଅବସ୍ଥା କ’ଣ ହୋଇଥିଲା, ତାହା କେବଳ ମୁଁ ହିଁ ଜାଣିଛି ବୋଲି କରିସ୍ମା କହିଥିଲେ। କିଛି ମିନିଟ୍‌ର ଏହି ଚୁମ୍ବନ ଦୃଶ୍ୟ ପାଇଁ ୩ଦିନ ଲାଗି ଯାଇଥିଲା। ଏହା ଉଟିରେ ଶୀତ ଦିନେ ସୁଟିଂ କରାଯାଇଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ