ଖେଳ ଦେଶ ବିଦେଶ

ଆଜିଠୁ ଶୀତକାଳୀନ ଅଲିମ୍ପିକ୍ସ

ବେଜିଂ: କୂଟନୈତିକ ବାଦବିବାଦ ଭିତରେ ଶୀତକାଳୀନ ଅଲିମ୍ପିକ୍ସର ୨୪ତମ ସଂସ୍କରଣ ଶୁକ୍ରବାରଠାରୁ ଚୀନ୍‌ର ରାଜଧାନୀ ବେଜିଂଠାରେ ଆରମ୍ଭ ହେବ। ଏଥିରେ ୯୧ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ୧୫୮୧ ପୁରୁଷ ଏବଂ ୧୨୯୦ ମହିଳାଙ୍କ ସହ ମୋଟ ୨୮୭୧ କ୍ରୀଡ଼ାବିତ୍ ଖେଳିବେ। ୭ କ୍ରୀଡ଼ାର ୧୦୯ ଇଭେଣ୍ଟରେ ପ୍ରତିଦ୍ବନ୍ଦ୍ବିତା ହେବ। ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ଚଳିତ ମାସ ୨୦ ତାରିଖରେ ଅନୁଷ୍ଠିତ ହେବ। ଏଥରର ଶୀତକାଳୀନ ଅଲିମ୍ପିକ୍ସରେ ଜମ୍ମୁ କାଶ୍ମୀରର ଆରିଫ ଖାନ୍‌ଙ୍କ ରୂପରେ କେବଳ ଜଣେ ମାତ୍ର ଭାରତୀୟ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଭାରତ କିନ୍ତୁ ବେଜିଂକୁ ୬ ଜଣିଆ ଦଳ ପଠାଇଛି। ଆରିଫ୍ ସ୍ଲାଲୋମ ଏବଂ ଜ୍ୟାଣ୍ଟ୍ ସ୍ଲାଲୋମ ବର୍ଗରେ ଭାରତର ପ୍ରତିନିଧିତ୍ବ କରିବେ। ଚୀନ୍‌ର ବିସ୍ତାରବାଦୀ ନୀତି ତଥା ରହସ୍ୟଜନକ କୋଭିଡ୍ ପରିଚାଳନା ଲାଗି ବହୁ ଦେଶ ଏହି ଅଲିମ୍ପିକ୍ସକୁ ଖେଳାଳି ପଠାଇଥିଲେ ମଧ୍ୟ ରାଷ୍ଟ୍ରଦୂତ ପଠାଇ ନାହାନ୍ତି। ଗଲୱାନ ଘାଟିର ଘମାଘୋଟ ସଂଘର୍ଷରେ ଗୁରୁତର ଆହତ ହୋଇଥିବା ସୈନିକଙ୍କୁ ଚୀନ୍‌ ମଲାଲ ବାହାକ କରିବା ପରେ ଏହି କ୍ରୀଡ଼ା ମହାକୁମ୍ଭର ଉଦ୍‌ଘାଟନୀ କିମ୍ବା ଉଦ୍‌ଯାପନୀ ଉତ୍ସବରେ କୌଣସି ଭାରତୀୟ ରାଷ୍ଟ୍ରଦୂତ ଯୋଗଦେବେ ନାହିଁ। ଏପରିକି ଦୂରଦର୍ଶନ ମଧ୍ୟ ବେଜିଂ ଶୀତକାଳୀନ ଅଲିମ୍ପିକ୍ସର ଉଦ୍‌ଘାଟନୀ କିମ୍ବା ଉଦ୍‌ଯାପନୀ ଉତ୍ସବର ସିଧା ପ୍ରସାରଣ କରିବ ନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ