ଖେଳ ଦେଶ ବିଦେଶ

୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌: ଧୂଲ୍‌-ରସିଦ୍‌ଙ୍କ ଦ୍ବିଶତକ ଭାଗୀଦାରି

ଆଣ୍ଟିଗୁଆ: ବୁଧବାର ଏଠାରେ ଖେଳାଯାଇଥିବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ରେ ଅଧିନାୟକ ୟାଶ୍‌ ଧୂଲ୍‌ ଏବଂ ସେକ୍‌ ରସିଦ୍‌ଙ୍କ ଦ୍ବିଶତକୀୟ ଭାଗୀଦାରି ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଛି। ଧୂଲ୍‌ ଶତକ ପୂରଣ କରିଥିଲା ବେଳେ ରସିଦ୍‌ ଶତକଠୁ ୬ ରନ୍‌ ଦୂରରେ ଆଉଟ୍‌ ହୋଇଯାଇଥିଲେ। ତେବେ ତୃ୍ତୀୟ ୱିକେଟ୍‌ରେ ଦୁଇ ଜଣ ୨୦୪ ରନ୍‌ ଯୋଡ଼ିବାରୁ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍‌ ବିନିମୟରେ ୨୯୦ ରନ୍‌ କରିନେଇଥିଲା। ଫଳରେ ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିବା ପାଇଁ ପ୍ରତିପକ୍ଷ ଅଷ୍ଟ୍ରେଲିଆ ସମ୍ମୁଖରେ ୨୯୧ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ରହିଛି।

ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପିତ୍ତି ନେଇଥିଲା। ଆରମ୍ଭରୁ ସତର୍କତାର ସହ ଖେଳିଥିଲେ ମଧ୍ୟ ଦୁଇ ଓପ୍‌ନର ଅଙ୍ଗ୍‌କ୍ରିସ୍‌ ରଘୁବଂଶୀ (୬) ଏବଂ ହର୍ନୁର ସିଂହ (୧୬) ୧୩ତମ ଓଭର ବେଳକୁ ପାଭିଲିୟନ୍‌ ଫେରିଯାଇଥିଲେ। ସେତେବେଳକୁ ଦଳୀୟ ସ୍କୋର୍‌ ୩୭ ରହିଥିଲା। ମାତ୍ର ରସିଦ୍‌ ଓ ଧୂଲ୍‌ କ୍ରିଜ୍‌ରେ ଜମି ରହି ଧୀରେଧୀରେ ପାଳି ସଜାଡ଼ିଥିଲେ। ଦୁହେଁ ମଧ୍ୟ ରନ୍‌ ଗତି ବଢ଼ାଇବାର ପ୍ରୟାସରେ ସଫଳ ହୋଇଥିଲେ। ହେଲେ ୧୧୦ ବଲ୍‌ରୁ ୧୧୦ (୧୦ ଚୌକା, ୧ ଛକା) ରନ୍‌ କରିଥିଲା ବେଳେ ଧୂଲ୍‌ ଦୁର୍ଭାଗ୍ୟବଶତଃ ରନ୍‌ ଆଉଟ୍‌ ହୋଇଯାଇଥିଲେ। ଲଗାତାର ବଲ୍‌ରେ ରସିଦ୍‌ (୯୪, ୧୦୮ ବଲ୍‌, ୮ ଚୌକା, ୧ ଛକା) ମଧ୍ୟ ଆଉଟ୍‌ ହୋଇଯାଇଥିଲେ। ୪୬ତମ ଓଭରର ଶେଷ ଦୁଇ ବଲ୍‌ରେ ଏହି ଦୁଇ ଜଣ ଆଉଟ୍‌ ହେଲା ବେଳକୁ ଦଳୀୟ ସ୍କୋର୍‌ ୨୪୧ ଥିଲା। ଏହାପରେ ରାଜବର୍ଦ୍ଧନ ହଙ୍ଗେରକର (୧୩) ମଧ୍ୟ ପାଭିଲିୟନ୍‌ ମୁହାଁ ହୋଇଥିଲେ। ତେବେ ଶେଷ ଓଭରରେ ୱିକେଟ୍‌ରକ୍ଷକ ଦୀନେଶ ବାନା (୨୦ ରନ୍‌, ୪ ବଲ୍‌, ୨ ଚୌକା, ୨ ଛକା) ଏବଂ ନିଶାନ୍ତ ସିନ୍ଧୁ (୧୨ ରନ୍‌, ୧୦ ବଲ୍‌, ୧ ଚୌକା, ୧ ଛକା) ୨୭ ରନ୍‌ ଆଦାୟ କରିବା‌ରୁ ଭାରତ ୨୯୦/୫ର ସମ୍ମାନଜନକ ସ୍କୋର୍‌ ଛିଡ଼ା କରିଥିଲା। ଦୀ‌ନେଶ ଓ ନିଶାନ୍ତ ମିଳିତ ଭାବେ ଶେଷ ଓଭରରେ ୩ ଛକା, ୨ ଚୌକା ଓ ଗୋଟିଏ ବାଇ ରନ୍‌ ସଂଗ୍ରହ କରିଥିଲେ। ଜାକ୍‌ ନିସ୍‌ବେତ ଏବଂ ୱଲିୟମ୍‌ ସଲ୍‌ଜମାନ୍‌ ୨-୨ ୱିକେଟ୍‌ ଅକ୍ତିଆର କରି ଅଷ୍ଟ୍ରେଲିଆର ସଫଳ ବୋଲର ରହିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ