ଦେଶ ବିଦେଶ ମନୋରଞ୍ଜନ

ଅଲି ଫଜଲ- ରିଚା ଚଢାଙ୍କର ମାର୍ଚ୍ଚରେ ପଡିବ ହାତ ଗଣ୍ଠି ! ବିବାହକୁ ନେଇ ଚାଲିଛି ଚର୍ଚ୍ଚା

ମୁମ୍ବାଇ ୦୩।୦୨: ରିଚା ଚଢା ଏବଂ ଅଲି ଫଜଲ ଦୀର୍ଘ ଦିନ ଧରି ଦୁହେଁ ସମ୍ପର୍କ ଥିଲେ । ଦୀର୍ଘ ଦିନ ଧରି ଏକାଠି ଡେଟ୍‌ କରିବା ପରେ ବିବାହ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ୨୦୨୦ ମସିହାରେ, ଏପ୍ରିଲରେ ସେମାନଙ୍କ ବିବାହ ବିଷୟରେ ଆଲୋଚନା ହୋଇଥିଲା। କିନ୍ତୁ କରୋନା ମହାମାରୀ ହେତୁ ବିବାହ ଯୋଜନାକୁ ସ୍ଥଗିତ ରଖିବାକୁ ପଡିଲା । ବର୍ତ୍ତମାନ ଦୁହିଁଙ୍କ ବିବାହ ସମ୍ବନ୍ଧରେ ଏକ ନୂଆ ଖବର ଶୁଣିବାକୁ ମିଳିଛି । ରିଚା ଚଢା ଏବଂ ଅଲି ଫଜଲ ସେମାନଙ୍କର ଆଗାମୀ ପ୍ରୋଜେକ୍ଟର ସୁଟିଂ ସମୟରେ ଦୁହିଁଙ୍କର ହାତ ଗଣ୍ଠି ପଡିବ ।

ଅଲି ଫଜଲ ଏବଂ ରିଚା ଚଢାର ବିବାହ ଆସନ୍ତା ମାସରେ ଅର୍ଥାତ୍ ମାର୍ଚ୍ଚରେ ହେବ ବୋଲି କୁହାଯାଉଛି । ଯାହାକୁ ନେଇ ବର୍ତ୍ତମାନ ଖୁବ୍‌ ଚର୍ଚ୍ଚା ଚାଲିଛି । ଇ-ଟାଇମ୍ସର ରିପୋର୍ଟ ଅନୁଯାୟୀ, ରିଚା ଏବଂ ଅଲିଙ୍କ ଫିଲ୍ମ ‘ଫୁକରେ’ ‘ର ସୁଟିଂ ଦିଲ୍ଲୀରେ କରାଯିବ। ଏହି ସମୟରେ ଚାଲିଥିବା ସୁଟିଂରୁ ବ୍ରେବ୍‌ ନେବେ ପରେ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଦିଲ୍ଲୀରୁ ମୁମ୍ବାଇ ଆସିବେ। ପରେ ବିବାହ ବନ୍ଧନରେ ବାନ୍ଧି ହୋଇ ଏକାଠି କାମକୁ ଫେରିବେ ।

‘ଫୁକରେ-୩ ‘ରେ ପୁଲକିତ ଏବଂ ବରୁଣ ଶର୍ମା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ନିକଟରେ ଏକ ସାକ୍ଷାତକାରରେ ଅଲି ଫଜଲ ତାଙ୍କ ବିବାହ ବିଷୟରେ ସୂଚନା ଦେଇଥିଲେ। ଏହା ସହ ସେ କହିଥିଲେ ଯେ ଗତ ୨ ବର୍ଷ ସମସ୍ତଙ୍କ ପାଇଁ ବେକାର କଟିଛି । ତେଣୁ ଆମେ ବିବାହକୁ କିଛି ସମୟ ପାଇଁ ସ୍ଥଗିତ କରିଥିଲୁ । କାହିଁକି ନା କରୋନା ଯୋଗୁଁ ଏହା ବିଳମ୍ବ ହେଉଛି, କିନ୍ତୁ ଚଳିତ ବର୍ଷ ଫେବୃଆରୀ କିମ୍ବା ମାର୍ଚ୍ଚରେ ଯୋଜନା କରାଯାଉଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ