ନୂଆଦିଲ୍ଲୀ ୦୩/୦୨: ସେ ଭାରତର ସଫଳ ଅଧିନାୟକ । କିମ୍ବଦନ୍ତୀ ୱିକେଟ୍ କିପର । ଧୂରନ୍ଧର ଏମିତି ଅନେକ କିଛି ତାଙ୍କ ପାଇଁ ପ୍ରଜୁଯ୍ୟ । ତାଙ୍କର ଅନେକ କିଛି ଗୁଣ ଅଛି ଯାହା ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଥାଏ । ଏଥିପାଇଁ ତାଙ୍କୁ କିଙ୍ଗସ ଆଲା କେତେ କଣ ଉପାଧିରେ ମଣ୍ଡିତ କରାଯାଇଛି । କ୍ରିକେଟ ପଡିଆରେ ଯେତିକି ଆକ୍ଟିଭ ରିଜର୍ଭ ବି ସେତିକି ।
କେବଳ ମୈଦାନ ନୁହେଁ ପଡିଆ ବାହାରେ ଓ ରିଅଲ ଲାଇଫରେ ବି ସେ ସେତିକି ରିଜର୍ଭ । ସେ ହେଉଛନ୍ତି ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି) । ଲୋକଙ୍କ ପାଖରେ ସେ ମାହୀ ଭାବେ ବେଶ୍ ପରିଚିତ । ଏବେ ଏହି କ୍ରିକେଟର ଗ୍ରାଫିକ୍ସ ନୋବେଲ ଅର୍ଥବରେ ନଜର ଆସିବେ । ଯାହାର ପ୍ରଥମ ଲୁକ୍ ରିଲିଜ ହୋଇଛି । ଏହି ଭିଡିଓ କ୍ଲିପ୍ ମାଧ୍ୟମରେ ଆନିମେଟେଡ୍ ଅବତାରରେ ନଜର ଆସିଛନ୍ତି ଧୋନୀ ।
ଏହି ଗ୍ରାଫିକ୍ ଉପନ୍ୟାସର ଆଖ୍ୟା ହେଉଛି ଅଥର୍ବ- ଦି ଅରିଜିନ୍ । ଏହା ରମେଶ ଥାମିଲାନୀଙ୍କ ଏକ କାହାଣୀ ଉପରେ ଆଧାରିତ ଯାହା ଧୋନି ମନୋରଞ୍ଜନ କରୁଥିବାର ନଜର ଆସିବେ । ପ୍ରଥମ ଲୁକ୍ କ୍ଲିପ୍ ରେ ମହେନ୍ଦ୍ର ସିଂ ଧୋନି ଯୁଦ୍ଧ କ୍ଷେତ୍ରରେ ଏକ ଆନିମେଟେଡ୍ ଅବତାରରେ ନଜର ଆସିଛନ୍ତି । ଏଥିରେ ତାଙ୍କର ଅବତାର ଦାନବ ଭଳି ହୋଇଛି, ଯିଏକି ସୈନ୍ୟ ବିରୁଦ୍ଧରେ ଲଢେଇ କରୁଛି ।
ସୂଚନା ଥାଉକି, ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ନୂଆ ଉପାୟ ଅନୁସନ୍ଧାନ କରୁଛନ୍ତି ଏବଂ ‘ଅଥର୍ବ’ ସେମାନଙ୍କ ମଧ୍ୟରୁ ଅନ୍ୟତମ । ଧୋନି ଆଇପିଏଲର ପରବର୍ତ୍ତୀ ସିଜନରେ ଚତୁର୍ଥ ଥର ଚାମ୍ପିଅନ୍ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବା ଦେଖିବାକୁ ମିଳିବ । ଧୋନିଙ୍କ ଅଧିନାୟକତ୍ୱରେ ଦଳ ଗତ ସିଜନରେ ମଧ୍ୟ ଚାମ୍ପିଅନ୍ ହୋଇଥିଲା ।