ଖେଳ ଦେଶ ବିଦେଶ

କ୍ରୀଡ଼ା ବଜେଟରେ ୩୦୫.୫୮ କୋଟି ଟଙ୍କାର ବୃଦ୍ଧି: ମୋଟ ‌୩୦୬୨.୬୦ କୋଟି ଟଙ୍କାର ବ୍ୟୟ ଅଟକଳ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତର ଐତିହାସିକ ସଫଳତା ତଥା ଆଗାମୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା (ଜୁଲାଇ ୨୮, ୨୦୨୨ରୁ ଅଗଷ୍ଟ ୮, ୨୦୨୨) ତଥା ହାଙ୍ଗଝୁ ଏସୀୟ କ୍ରୀଡ଼ା (୧୦ ସେପ୍ଟେମ୍ବର, ୨୦୨୨ରୁ ୨୫ ସେପ୍ଟେମ୍ବର, ୨୦୨୨)କୁ ଆଖି ଆଗରେ ରଖି ୨୦୨୨-୨୩ ବର୍ଷର କ୍ରୀଡ଼ା ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩୦୫.୫୮ କୋଟି ଟଙ୍କା ବଢ଼ାଇ ଦେଇଛନ୍ତି। ଗତ ଆର୍ଥିକ ବର୍ଷରେ କ୍ରୀଡ଼ା ବଜେଟ୍ ୨୭୫୭.୦୨ କୋଟି ଟଙ୍କା ଥିଲା ବେଳେ ଏବର୍ଷ ଏହା ୩୦୬୨.୬୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତବର୍ଷର ମୂଳ ବଜେଟକୁ ଦେଖିଲେ କିନ୍ତୁ ଏବର୍ଷ କ୍ରୀଡ଼ା ‌କ୍ଷେତ୍ରକୁ ଭାରତ ସରକାର ମୋଟ ୪୭୪.୪୬ କୋଟି ଟଙ୍କାର ଅଧିକ ଅର୍ଥ ପ୍ରଦାନ କରିଛନ୍ତି। ଗତବର୍ଷ ବଜେଟରେ ଭାରତୀୟ କ୍ରୀଡ଼ା କ୍ଷେତ୍ରକୁ ୨୫୯୬.୧୪ କୋଟି ଟଙ୍କା ଦିଆଯାଇଥିଲା। ହେଲେ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଲକ୍ଷ୍ୟ ନେଇ ପରବର୍ତ୍ତୀ ସମୟରେ ଏହାକୁ ୨୭୫୭.୦୨ କୋଟି ଟଙ୍କାକୁ ବଢ଼ାଇ ଦିଆଯାଇଥିଲା।

‘ଖୋଲା ଇଣ୍ଡିଆ’କୁ ଏବର୍ଷ ମଧ୍ୟ ସର୍ବାଧିକ ୯୭୪ କୋଟି ଟଙ୍କା ମିଳିଛି। ଯାହା ୨୦୨୧-୨୨ କ୍ରୀଡ଼ା ବଜେଟଠାରୁ ୩୧୬.୨୯ କୋଟି ଟଙ୍କା ଅଧିକ। ଗତବର୍ଷ ଖେଲୋ ଇଣ୍ଡିଆକୁ ମାତ୍ର ୬୫୭.୭୧ କୋଟି ଟଙ୍କା ମିଳିଥିଲା। କ୍ରୀଡ଼ାବିତ୍‌ଙ୍କୁ ମିଳୁଥିବା ପ୍ରୋତ୍ସାହନ ଏବଂ ପୁରସ୍କାର ରାଶିରେ ମଧ୍ୟ ଆଶାତୀତ ବୃଦ୍ଧି କରାଯାଇଛି। ଗତବର୍ଷ ଏହି କ୍ଷେତ୍ରକୁ କେବଳ ୨୪୫ କୋଟି ଟଙ୍କା ଦିଆଯାଇଥିଲା। ଏବର୍ଷ ଯାହା ୩୫୭ ‌କୋଟି ଟଙ୍କା ରହିଛି। କ୍ରୀଡ଼ାବିତ୍‌ଙ୍କ ପାଇଁ ଜାତୀୟ ପ୍ରଶିକ୍ଷଣ ଶିବିର ଆୟୋଜନ, କ୍ରୀଡ଼ା‌ ଭିତ୍ତିଭୂମି ବିକାଶ, ଖେଳ ଉପକରଣ ଯୋଗାଣ ତଥା ଅନ୍ୟାନ୍ୟ କ୍ରୀଡ଼ା ସଂପର୍କିତ ଦାୟିତ୍ବ ନିର୍ବାହ କରୁଥିବା ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ବଜେଟକୁ କିନ୍ତୁ ୭.୪୧ କୋଟି ଟଙ୍କା କମାଇ ୬୫୩ କୋଟି ଟଙ୍କା ଦିଆଯାଇଛି। ସେହିଭଳି ଜାତୀୟ କ୍ରୀଡ଼ା ବିକାଶ ପାଣ୍ଠିକୁ ୧୬ରୁ ୯ କୋଟିକୁ ହ୍ରାସ କରାଯାଇଛି। ଜାତୀୟ ସେବା ଯୋଜନାର ବ୍ୟୟ ବରାଦରେ କିନ୍ତୁ ଆଖିଦୃଶିଆ ବୃଦ୍ଧି ଘଟିଛି। ପୂର୍ବରୁ ଏହା ୧୬୫ କୋଟି ଥିଲା ବେଳେ ଏବେ ୧୧୮.୫୦ କୋଟି ଟଙ୍କା ବଢ଼ି ୨୮୩.୫୦ କୋଟି ଟଙ୍କାରେ ପହଞ୍ଚିଛି। ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକୁ ମିଳୁଥିବା ଅର୍ଥ ୨୮୦ କୋଟି ଟଙ୍କାରେ ଅପରିବର୍ତ୍ତିତ ରହିଛି। କ୍ରୀଡ଼ାବିତ୍‌ଙ୍କୁ ମିଳୁଥିବା ବ୍ୟକ୍ତିଗତ ପ୍ରୋତ୍ସାହନ ରାଶି ସାମାନ୍ୟ ବଢ଼ି ୫୫ କୋଟି ଟଙ୍କା ହୋଇଛି। ଜାତୀୟ କ୍ରୀଡ଼ା ବିକାଶ ପାଣ୍ଠିର ବଜେଟ ୨୫ରୁ ୧୬ କୋଟି ଟଙ୍କାକୁ କମାଇ ଦିଆଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ