ଖେଳ ଦେଶ ବିଦେଶ

ଦର୍ଶକରେ ଗୁଞ୍ଜି ଉଠିବ ଇଡେନ ଗାର୍ଡେନ୍ସ ଷ୍ଟାଡିୟମ, ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ସିରିଜରେ ଦର୍ଶକଙ୍କୁ ମିଳିଲା ଅନୁମତି

କୋଲକାତା: ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଫେବୃଆରୀ ୧୬ରୁ ଆରମ୍ଭ ହେବ। ସମସ୍ତ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ। ତେବେ ସିରିଜ୍ ଆରମ୍ଭ ହେବା ପୂର୍ବରୁ ପଶ୍ଚିମବଙ୍ଗ ସରକାର କ୍ରିକେଟ୍ ପ୍ରେମୀଙ୍କୁ ଦେଇଛନ୍ତି ବଡ ଖୁସିର ଖବର। ରାଜ୍ୟ ସରକାର ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶକୁ ଅନୁମତି ପ୍ରଦାନ କରିଛନ୍ତି। ତେବେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମର ଦର୍ଶକରେ ସଂପୂର୍ଣ୍ଣ ଭର୍ତ୍ତି ହେବ ନାହିଁ। କାରଣ ରାଜ୍ୟ ସରକାର ସିରିଜ୍ ପାଇଁ ୭୫ ପ୍ରତିଶତ ଦର୍ଶକଙ୍କ ଷ୍ଟାଡିୟମରେ ପ୍ରବେଶ ଅନୁମତି ଦେଇଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର କ୍ରୀଡାକୁ ନେଇ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ସମସ୍ତ ଇଣ୍ଡୋର ଏବଂ ଆଉଟଡୋର ଖେଳରେ ୭୫ ପ୍ରତିଶତ ଦର୍ଶକଙ୍କ ଅନୁମତି ଦିଆଯାଇଛି। ଏହି ସଂଖ୍ୟା ଷ୍ଟାଡିୟମର ଦର୍ଶକ କ୍ଷମତା ଅନୁଯାୟୀ ରହିବ। ଏହି ହିସାବରେ ଇଡେନ ଗାର୍ଡେନ୍ସରେ ମ୍ୟାଚ୍ ଦେଖିବା ପାଇଁ ୭୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳିଛି। ଇଡେନ ଗାର୍ଡେନ୍ସରେ ଗତ ବର୍ଷ ନଭେମ୍ବରରେ ମଧ୍ୟ ୭୦ ପ୍ରତିଶତ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିଥିଲା। ସେହି ସମୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ଖେଳାଯାଇଥିଲା।

କ୍ରିକେଟ୍ ଆସୋସିଏସନ ଅଫ ବଙ୍ଗାଲ(ସିଏବି) ପଶ୍ଚିମବଙ୍ଗ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି। ସିଏବି ଅଧ୍ୟକ୍ଷ ଅଭିଷେକ ଡାଲମିୟା କହିଛନ୍ତି, ଆମେ ଏଥିପାଇଁ ମାନନୀୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି କୃତଜ୍ଞ। ଷ୍ଟାଡିୟମରେ ୭୫ ପ୍ରତିଶତ ଦର୍ଶକଙ୍କ ପ୍ରବେଶ ଅନୁମତି ପାଇଁ ଆମେ ମୁଖ୍ୟ ସଚିବ ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛୁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ